ମହଙ୍ଗା ପଡ଼ିଲା ମହିଳା କର୍ମଚାରି ଙ୍କୁ  ନିର୍ଯ୍ୟାତନା ,ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ  l 

0 2

 ମାଲକାନଗିରି ଚିତ୍ରକୋଣ୍ଡା:(ବି ଶ୍ରୀନିବାସ ପାତ୍ର)ଗତ ଜାନୁୟାରୀ ମାସରେ ମାଲକାନଗିରି ଜିଲା  ଚିତ୍ରକୋଣ୍ଡା ଏସଏସଡି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ସେଠି ଙ୍କ ନାମରେ ଉକ୍ତ  ବିଦ୍ୟାଳୟର  ୬ଜଣ ଶିକ୍ଷୟତ୍ରୀ, ମହିଳା କିରାଣୀ, ମାଟ୍ରନ, ୱାଡେନ ଓ ସିସି କର୍ମଚାରୀ ମାନଙ୍କୁ ଅଶ୍କିଳ ଅଭଦ୍ର ଭାଷାରେ ଗାଳି କରିବା, ନିର୍ଯ୍ୟାତନା ଦେଉଥିବାର

 ଏବଂ ଦୁର୍ନୀତି କରୁଥିବାର ଅଭିଯୋଗ ମାଲକାନଗିରି ଜିଲାପାଳ ୱାଇ. ବିଜୟ ଙ୍କୁ କରିଥିଲେ।ଅଭିଯୋଗ ପରେ ତଦନ୍ତ କରିବା ପାଇଁ ମାଲକାନଗିରି ଜିଲାପାଳ ଙ୍କ ନିର୍ଦେଶ କ୍ରମେ ଗଲା ଜାନୁୟାରୀ ମାସ ୧୬ ତାରିଖରେ ଜିଲା ମଙ୍ଗଳ ଅଧିକାରୀ ଶ୍ରୀ  ପ୍ରଦୀପ୍ତ ପଣ୍ଡା ଓ ଜିଲ୍ଲା ସମାଜ ମଙ୍ଗଳ  ଅଧିକାରୀ  ଶ୍ରୀମତୀ ସୌଦାମିନୀ ପ୍ରଧାନ ଚିତ୍ରକୋଣ୍ଡା ଏସଏସଡି ବିଦ୍ୟାଳୟ କୁ ଆସି  ଅଭିଯୋଗ ଉପରେ ତଦନ୍ତ କରି ଉଭୟ ଙ୍କ ଠାରୁ ମିଳିଥିବା ତଥ୍ୟ ଜିଲା ପ୍ରଶାସନ ଙ୍କୁ ସବିଶେଷ  ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ l ଯାହାକି   ମାଲକାନଗିରି ଜିଲାରେ ଆଲୋଡନ ସୃଷ୍ଟି କରିଥିଲା l ଜିଲ୍ଲା ପ୍ରଶାସନ ତଦନ୍ତ ରିପୋର୍ଟ କୁ ଭିତିକରି ଓଡିଶା ଏସସି ଏସଟି ଉନ୍ନୟନ ବିଭାଗ ଚିଠି ନମ୍ବର 3119 ତାରିଖ 10/02/2021 ଅନୁଯାଇ ଚିତ୍ରକୋଣ୍ଡା ଏସଏସଡି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ସେଠି ଙ୍କୁ ନିଲମ୍ବିତ କରିଛନ୍ତି l

Leave A Reply

Your email address will not be published.