ବିରଳ ଜାତିର ପେଚା ଉଦ୍ଧାର। 

0 2

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ାର ବିମାନବନ୍ଦର ପାଚେରୀରୁ ଏକ ବିରଳ ପ୍ରଜାତିର ପେଚା ଉଦ୍ଧାର କରାଯାଇଛି। ପାଚେରୀର କଣ୍ଟାବାଡ଼ରେ ଫସି ଯାଇଥିବା ଏହି ପକ୍ଷୀଟିକୁ ଦେଖିବାକୁ ପାଇଥିଲେ ବିମାନବନ୍ଦରର ଦୁଇଜଣ କର୍ମଚାରୀ। ବିମାନବନ୍ଦରର ସୁରକ୍ଷା କର୍ମଚାରୀ ରାଜେଶ କୁମାର ମଜୁମଦାର ଓ ଏୟାର ଇଣ୍ଡିଆର କଷ୍ଟମ ଏଜେଣ୍ଟ ତୋଫାନ ଧରୁଆ ଫସିଥିବା ପେଚାକୁ ଉଦ୍ଧାର କରିଥିଲେ। ଏହାପରେ ପକ୍ଷୀଟିକୁ ନେଇ ସେମାନେ ବନ ବିଭାଗର ଗାର୍ଡ ଭାବରେ କାର୍ଯ୍ୟରତ ବନିତା ମିଶ୍ରଙ୍କୁ ହସ୍ତାନ୍ତର କରିଥିଲେ। ବନ ବିଭାଗ ସୂଚନା ଦେଇଛନ୍ତି ଯେ ପେଚାଟିର ଚିକିତ୍ସା କରିବା ପରେ ଏବଂ ଏହା ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଏହାକୁ ସମ୍ବଲପୁର ଡିଅର ପାର୍କରେ ଛାଡ଼ି ଦିଆଯିବ।

Leave A Reply

Your email address will not be published.