କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ : ଡାକ୍ତରଙ୍କ ରିଲେ ଅନଶନ

0 2

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ):  ଆଜି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟସ୍ଥ ଆଇ ଏମ ଏ ହାଉସ ରେ ଭାରତୀୟ ଚିକିତ୍ସକ ସଂଘ ବୁର୍ଲା ଓ ସମ୍ବଲପୁର ଶାଖାର ଡାକ୍ତର ମାନେ ମିକ୍ସଓପାଥୀ ବିରୋଧ ରେ ରିଲେ ଅନଶନ ରେ ବସିଛନ୍ତି।ଗତ ନଭେମ୍ବର 20 ତାରିଖରେ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରାଳୟ ଓ ନୀତି ଆୟୋଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା ଯେଉଁଥିରେ ଏଲୋପ୍ୟାଥି ଡାକ୍ତର ଙ୍କ ଛଡା ଆୟୁର୍ବେଦିକ, ହୋମିଓପ୍ୟାଥିକ ,ୟୁନାନୀ ଡାକ୍ତର ମାନେ ମଧ୍ୟ ଅସ୍ତ୍ରୋପଚାର କରିପାରିବେ ବୋଲି କ୍ଷମତା ପ୍ରଦାନ କରାଯାଇଥିଲା। ଏହାକୁ ବିରୋଧ କରି ଏହି ରିଲେ ଅନଶନ କରାଯାଉଥିବା ସୂଚନା ଦିଆଯାଇଛି। ଏହି ଭଳି ଚିକିତ୍ସା ପଦ୍ଧତି ଆପଣେଇ ବା ଦ୍ୱାରା ସାଧାରଣ ଲୋକଙ୍କ ଜୀଵନ ବିପଦରେ ପଡିବ ବୋଲି ଭାରତୀୟ ଚିକିତ୍ସକ ସଂଘ ବୁର୍ଲା ଓ ସମ୍ବଲପୁର ଶାଖା ପକ୍ଷରୁ କୁହାଯାଇଛି। ଏହି ରିଲେ ଅନଶନ ଫେବ୍ରୁଆରୀ 14 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି।

Leave A Reply

Your email address will not be published.