ଓଡ଼ିଶା ମାନବ ଅଧିକାର ଆୟୋଗ ଅଧ୍ୟକ୍ଷ ବି କେ ପଟେଲ ଦିନିକିଆ ଝାରସୁଗୁଡ଼ା ଗସ୍ତରେ : ମାନବ ଅଧିକାର ସମ୍ପର୍କିତ ବିଭିନ୍ନ କାର୍ଯ୍ୟାବଳୀର କଲେ ସମୀକ୍ଷା

0 2

 

ଝାରସୁଗୁଡ଼ା :(ସୁଭାଷ ସହାରେ): ଓଡ଼ିଶା ମାନବ ଅଧିକାର ଆୟୋଗ ଅଧ୍ୟକ୍ଷ ବି କେ ପଟେଲ ଝାରସୁଗୁଡ଼ା ଦିନିକିଆ ଗସ୍ତରେ ଆସି ମାନବ ଅଧିକାର ସମ୍ପର୍କିତ ବିଭିନ୍ନ କାର୍ଯ୍ୟାବଳୀର ସମୀକ୍ଷା କରିଥିଲେ । ଏହି ଅବସରରେ ଆୟୁକ୍ତ ଶ୍ରୀ ପଟେଲ ବିଭିନ୍ନ ସାମାଜିକ ଅନୁଷ୍ଠାନ ସମେତ ଜିଲ୍ଲା ପଦାଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।

ସ୍ଥାନୀୟ ସର୍କିଟ ହାଉସଠାରେ ଆୟୋଜିତ ବୈଠକରେ ଆୟୁକ୍ତ ଶ୍ରୀ ପଟେଲ ପ୍ରଦୂଷଣ ନିୟନ୍ତ୍ରଣ , ପୁନର୍ବାସ ଓ ଥଇଥାନ , ପର୍ଯ୍ୟାବରଣ ସୁରକ୍ଷା ଦିଗରେ ଆନୁସଙ୍ଗିକ ପଦକ୍ଷେପ ଗ୍ରହଣ ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ  ଦେଇଥିଲେ । ଜିଲ୍ଲାପାଳ ସରୋଜ କୁମାର ସାମଲ, ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାଶ ,  ଡିଏଫଓ ଲଳିତ ପାତ୍ର , ଜିଲ୍ଲା ମୁଖ୍ୟ ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ,.ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଅଧିକାରୀ ପ୍ରମୁଖ ଜିଲ୍ଲାର ସ୍ଥିତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ଜିଲ୍ଲାସ୍ଥିତ ଶିଳ୍ପାନୁଷ୍ଠାନଗୁଡ଼ିକରେ ନିୟମାନୁଯାୟୀ ବୃକ୍ଷରୋପଣ , ଖଣିଜ ଦ୍ରବ୍ୟ ପରିବହନକାରୀ ଯାନବାହନରେ ପଲିଥିନ ଘୋଡାଇବା ସହ ଦୁର୍ଘଟଣା ହ୍ରାସ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ଆୟୁକ୍ତ ପରାମର୍ଶ ଦେଇଥିଲେ।

http://www.youtube.com/watch?v=DLUapRyOTmg 

Leave A Reply

Your email address will not be published.