ଜାତୀୟ ସ୍ମାରକୀ ପ୍ରାଧିକରଣ ପକ୍ଷରୁ ଶ୍ରୀମନ୍ଦିର ପ୍ରସ୍ତାବିତ ବାଇ ଲ ପ୍ରତ୍ୟାହାର

0 2

ଓଡିଆ ଲୋକଙ୍କ ସ୍ୱାର୍ଥକୁ ବିଜେପି ସବୁ ସମୟରେ ଗୁରୁତ୍ୱ ଦେଇଛି :ସମୀର ମହାନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ  ଏବଂ ଦୁଇ କେନ୍ଦ୍ର ମନ୍ତ୍ରୀଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି

ଭୁବନେଶ୍ୱର : ଓଡିଶାରେ ଥିବା ସମସ୍ତ ହିନ୍ଦୁ ଦେବାଦେବୀଙ୍କ ମନ୍ଦିର ସହ ଓଡିଆ ଲୋକଙ୍କ ଭାବାବେଗ ଜଡିତ ରହିଛି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ସହ ଅନେକ ମନ୍ଦିର ଗୁଡିକ ଧାର୍ମିକ ପରଂପରା, ସାମାଜିକ, ସାଂସ୍କୃତିକ ଏବଂ ଐତିହାସିକ ଦୃଷ୍ଟିକୋଣରୁ ନିର୍ମିତ ହୋଇଛି । ଏଣୁ ଜାତୀୟ ସ୍ମାରକୀ ପ୍ରାଧିକରଣ ପକ୍ଷରୁ ଶ୍ରୀମନ୍ଦିର ପ୍ରସ୍ତାବିତ ବାଇ ଲ କୁ ଲାଗୁ ନକରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ସମେତ ରାଜ୍ୟ ବିଜେପି ସାଂସଦମାନେ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ପ୍ରହଲ୍ଲାଦ ସିଂ ପଟେଲଙ୍କ ସହ ଆଲୋଚନା କରିଥିଲେ । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓଡିଶାର ପ୍ରସଙ୍ଗକୁ ପ୍ରାଧାନ୍ୟ ଦେଇ ତୁରନ୍ତ ବାଇ ଲ କୁ ପ୍ରତ୍ୟାହାର କରିଥିଲେ । ଓଡିଶାର ସ୍ୱାର୍ଥ ଏବଂ ଓଡିଆ ଭକ୍ତଙ୍କ ଭାବାବେଗକୁ ପ୍ରାଧାନ୍ୟ ଦେଇଥିବାରୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏବଂ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଓଡିଆ ଲୋକଙ୍କ ସ୍ୱାର୍ଥକୁ ବିଜେପି ସବୁ ସମୟରେ ଗୁରୁତ୍ୱ ଦେଇଛି । ବିଶେଷ କରି ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ସଂପର୍କିତ କିଛି ସମସ୍ୟା ଦେଖାଦେଲେ ବିଜେପି ତୁରନ୍ତ ସମାଧାନ କରିବା ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥାଏ । ଏହା ପୂର୍ବରୁ କରୋନା ସମୟରେ ପୁରୀରେ ଚତୁର୍ଦ୍ଧାମୁର୍ତିଙ୍କ ରଥଯାତ୍ରା କରିବା ନେଇ ରାଜ୍ୟ ସରକାର ହାତ ଟେକିଦେବା ପରେ ହଜାର ହଜାର ବର୍ଷର ପଂରପଂରାକୁ ରକ୍ଷା କରିବାକୁ ଯାଇ ରାଜ୍ୟ ବିଜେପି ପକ୍ଷରୁ ଅନେକ ପ୍ରୟାସ କରାଯାଇଥିଲା ଏବଂ ଶେଷରେ ବିନା ଭକ୍ତରେ ରଥଯାତ୍ରା ସମ୍ଭବ ହୋଇଥିଲା ।

Leave A Reply

Your email address will not be published.