କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସଂସଦୀୟ ଦଳ 

0 2

ନୋଟିଫିକେସନ ପ୍ରତ୍ୟାହାର କରିବା ପାଇଁ ପ୍ରତିଶ୍ରୁତି ଦେଲେ ମନ୍ତ୍ରୀ 

ନୂଆଦିଲ୍ଲୀ (ଶାସକ ପ୍ରଶାସକ): ବିଜେଡି ସାଂସଦ ପ୍ରତିନିଧି ଦଳ  ଶ୍ରୀମନ୍ଦିର ପୁରୀ ସମ୍ପର୍କିତ ଏନଏମଏ ଡ୍ରାଫ୍ଟ ପ୍ରସଙ୍ଗରେ ଆଜି କେନ୍ଦ୍ର ମନ୍ତ୍ରୀ ସଂସ୍କୃତି ଶ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଭେଟିଛନ୍ତି। । ଏନଏମଏ ଡ୍ରାଫ୍ଟ ନୋଟିଫିକେସନକୁ ନେଇ ସେମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ  ପାଇଁ ଏନଏମଏ ଡ୍ରାଫ୍ଟ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ।

ଏହି  ଡ୍ରାଫ୍ଟ ନୋଟିଫିକେସନକୁ ପ୍ରତ୍ୟାହାର କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରତିନିଧି ଦଳକୁ ଆଶ୍ୱାସନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ  ନିର୍ଦ୍ଦେଶ ଅନୁଯାୟୀ ବିଜେଡି ସାଂସଦମାନେ ଆଜି ମନ୍ତ୍ରୀ ଶ୍ରୀ ପଟେଲଙ୍କ ଭେଟି ଡ୍ରାଫ୍ଟ ନୋଟିଫିକେସନ ପ୍ରସଙ୍ଗରେ ନିଜ ଅସନ୍ତୋଷ ଦୃଢଭାବେ ରଖିଥିଲେ | ସଭ୍ୟମାନଙ୍କ ଉଦବେଗକୁ ଦୃଷ୍ଟିରେ ରଖି ଡ୍ରାଫ୍ଟ ପ୍ରତ୍ୟାହାର କରାଯିବ ବୋଲି ନିର୍ଭର ପ୍ରତିଶୃତି କେନ୍ଦ୍ରମନ୍ତ୍ରୀ ଦେଇଥିବା ବିଜେଡି ସଂସଦ ମାନେ ସୂଚନା ଦେଇଛନ୍ତି | 

 

 

Leave A Reply

Your email address will not be published.