ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡା ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଭାରତ ରତ୍ନ ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ “ଛୋଟ ହେଲେ ବି ମହାନ” କାର୍ଯ୍ୟକ୍ରମରେ କିଛି ସାହିତ୍ୟିକ ଓ ସମାଜସେବୀ ର ମିଳିତ ଆନୁକୂଲ୍ୟରେ ଝାରସୁଗୁଡା ସହରରେ ଥିବା ପୂଜ୍ୟ ମହାପୁରୁଷ ମାନଙ୍କର ପ୍ରତିମୂର୍ତ୍ତିକୁ ସଫେଇ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଥମେ ଝରସୁଗୁଡା ବସଷ୍ଟାଣ୍ଡ ଠାରେ ଥିବା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମେତ ଗାନ୍ଧୀଙ୍କ ତିନି ମାଙ୍କଡ ପ୍ରତିମୂର୍ତ୍ତି ସମସ୍ତ ମୂର୍ତ୍ତି ଠୁଁ ଆରମ୍ଭ କରି ବାବୁପଡା ଲାଲ ଛକ ଠାରେ ଥିବା ଲାଲ ହରିବଂଶ ସିଂହଦେଓ ପ୍ରତିମୂର୍ତ୍ତି, ଝାରସୁଗୁଡା ଟାଉନ ହଲ ଠାରେ ଥବା ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି କୁ ସଫେଇ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପରିଷଦ ତଥା ଜିଲ୍ଲା ଦିବ୍ୟାଙ୍ଗ ପ୍ରତିଷ୍ଟାତା ବିବେକାନନ୍ଦ ମିଶ୍ରଙ୍କ ନେତୃତ୍ୱ ରେ ହୋଇଥିବା ବେଳେ ଏଥିରେ ପରିଷଦର ସାଧାରଣ ସମ୍ପାଦକ ନିକୁଞ୍ଜ ବିହାରୀ ମିଶ୍ର, ସଂଯୋଜିକା ମାନସୀ ପଣ୍ଡା, ସହ-ସଂଯୋଜିକା ଲକ୍ଷ୍ମୀ ପ୍ରିୟା ପଣ୍ଡା, ସାହିତ୍ୟିକ ପ୍ରଭାତ କୁମାର ଚୌହାନ, ବ୍ୟଙ୍ଗ କବି କମଳ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସହଯୋଗୀ ସଂସ୍ଥା ଭାବରେ ସ୍ବାମୀ ବିବେକା ନନ୍ଦ ସମାଜ କଲ୍ୟାଣ ସଂଘର ଉପସଭାପତି ଖଗେଶ୍ୱର ବେଶନ, ଜିଲ୍ଲା ଦିବ୍ୟାଙ୍ଗ ବିଦ୍ୟାଳୟର ସହ-ସଚିବ ବିଜୟ ସାହିଗଲ, ଶିକ୍ଷକ ଉପେନ୍ଦ୍ର ଭଇଁସା, ସ୍ଥାନୀୟ ସମାଜସେବୀ ଜ୍ଞାନରଞ୍ଜନ ଷଡ଼ଙ୍ଗୀ, ଜିଜ୍ଞାସା ଷଡ଼ଙ୍ଗୀ ଏବଂ ଲାଲ ସାହେବ ଙ୍କ ପଣନାତି ଗୌତମ ସିଂହଦେଓ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରି ପ୍ରତିମୂର୍ତ୍ତି ସବୁ ସଫେଇ କରିଥିଲେ। ଏଇ ସପ୍ତାହରେ କବି ଲକ୍ଷ୍ମୀ ପ୍ରିୟା ପଣ୍ଡା ଙ୍କ ସମସ୍ତଙ୍କ କବି ଓ ସମାଜସେବୀ ମାନଙ୍କୁ ନିଜ ତରଫରୁ “”ଆତିଥ୍ୟ” କାର୍ଯ୍ୟକ୍ରମ ରେ “ସକାଳର ଚା” ଦେଇ ଆପ୍ୟାୟିତ କରିଥିଲେ। ଆଗାମୀ ସପ୍ତାହରେ ଜିଲ୍ଲାପାଳ ଅଫିସ ଠାରେ ଥିବା ସ୍ବଭାବ କବି ଗଙ୍ଗାଧର ମେହେର, ବେହେରା ମାଲ ଛକର ଲାଲ ବାହାଦୂର ଶାସ୍ତ୍ରୀ ଓ ବକ୍ସି ଛକ ପାଖରେ ଥିବା ପ୍ରସନ୍ନ ପଣ୍ଡା ଙ୍କ ପ୍ରତିମୂର୍ତ୍ତି ସଫେଇ କରାଯିବ ବୋଲି ପରିଷଦ ପକ୍ଷରୁ ପ୍ରତିଷ୍ଠାତା ଶ୍ରୀ ମିଶ୍ର ସୂଚନା ଦେଇଥିବା ବେଳେ ସରବାହାଲ ବଙ୍ଗଲୀପଡା ଠାରେ ଥିବା ସ୍ବାମୀ ବିବେକାନନ୍ଦ ପ୍ରତିମୂର୍ତ୍ତି କୁ ଏକ ଗାଡି ଦୁର୍ଘଟଣା ଘଟାଇ ମୂର୍ତ୍ତିକୁ ଭାଙ୍ଗି ଦେଇଥିବା ଏବଂ ଗାଡି ମାଲିକ ପୁନଃଶ୍ଚ ସ୍ଥାପନା କାରିବାପାଈଁ ଅନୁଷ୍ଠାନ ପକ୍ଷରୁ ଦାବୀ କରାଯାଇଛି।
Sign in
Sign in
Recover your password.
A password will be e-mailed to you.
Next Post