ଟାଳ ଉ.ପ୍ରା ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ  ପ୍ରଶାସନିକ ଅଧିକାରୀ

0 2

ପଦ୍ମପୁର(ଶାସକ ପ୍ରଶାସକ) – ବରଗଡ ଜିଲ୍ଳା ରାଜବୋଡାସମ୍ବର ବିଇଓ କାର୍ଯ୍ୟାଳୟ ଅଧିନରେ ଆସୁଥିବା ଟାଳସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପୋଷ୍ୟ ଭାବେ ନେଇଛନ୍ତି ସେହି ସ୍କୁଲର ପୁରାତନ ଛାତ୍ର ତଥା ଭୁବନେଶ୍ୱର ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟରତ ମହେନ୍ଦ୍ର ବଢେଇ । ଶ୍ରୀ ବଢେଇଙ୍କ କାର୍ଯ୍ୟକଳାପରେ ଆର୍କଷିତ ହୋଇ ଅନେକ ପୁରାତନ ଛାତ୍ର ନିରଂଜନ ସାହୁ, ରମେଶ ବଢେଇ, ରାମଲାଲ ବରିହା, ରଂଜନ ପଣ୍ଡା, ରଂଜିତ ଭୋଇ, କିଶୋର ପଧାନ, ଚନ୍ଦ୍ରମଣି ସାହୁ, ରୋଶନ ପାଣିଗ୍ରାହୀ, ପୁଚୁ ବାରିକ, ଏମ.ଏସ. ହୋତା, ଜୟ କୁମାର ସାହୁ ପ୍ରମୁଖ ଆଗେଇ ଆସି ସହଯୋଗର ହାତ ବଢାଇଥିଲେ । ପ୍ରଥମ ପର୍ଯ୍ୟାୟରେ ପୁରାତନ ଛାତ୍ର ଗଣ ୬ଲକ୍ଷ୨୩ହଜାର ଟଙ୍କାର ଅନୁଦାନ ରାଶି ଘୋଷଣା କରିଛନ୍ତି । ଏହି ଅବସରରେ ସ୍କୁଲ ପରିଚାଲନା କମିଟି ତରଫରୁ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ବରଗଡ ଡିଇଓ ମିତ୍ରଭାନୁ କଚ୍ଛପ ମୁଖ୍ୟ ଅତିଥି, ଉପଜିଲ୍ଲାପାଳ ତନ୍ମୟ ଦରଓାନ, ପୂର୍ତବିଭାଗ ନିର୍ବାହୀ ଯନ୍ତ୍ରୀ ବିରଂଚି ମହାନ୍ତି, ଅତିରିକ୍ତ ତହସିଲଦାର ମହେନ୍ଦ୍ର ବଢେଇ, ବିଇଓ ତ୍ରିବିକ୍ରମ ପାଣିଗ୍ରାହୀ ପ୍ରମୁଖ ସମ୍ମନୀତ ଅତିଥି ଭାବେ ଯୋଗଦେଇଥିଲେ । ଆମନ୍ତ୍ରୀତ ଅତିଥିଗଣ ନିଜର ବକ୍ତବ୍ୟ ମାଧ୍ୟମରେ ମୋ ସ୍କୁଲ ଅଭିଯାନର ଉଦେଶ୍ୟ ଓ ଆବଶ୍ୟକତା ପ୍ରତିପାଦନ କରିଥିଲେ । ସଭାରେ ସ୍କୁଲଟିକୁ ସୁଚାରୁରୁପେ ଆଗେଇ ନେଇ ସାରିଥିବା ଅବସରପ୍ରାପ୍ତ ଶିକ୍ଷକ  ଯୋଗେନ୍ଦ୍ର ପାଣିଗ୍ରାହୀ, ଭଗବାନ ମିଶ୍ର, ବସନ୍ତ ପଧାନ, ନନ୍ଦଲାଲ ପଧାନ, କନ୍ଦର୍ପ ହୋତା ଓ କେଶବ ବାରିକଙ୍କୁ ଉପଢୌକନ ଦେଇ ଶ୍ରୀ ବଢେଇ ସମ୍ବର୍ଦ୍ଧିତ କରିଥିଲେ । ସଭାଟିକୁ ପୁରାତନ ଛାତ୍ର ଚନ୍ଦ୍ରମଣି ସାହୁ ପରିଚାଳନା କରିଥିବା ବେଳେ ସ୍କୁଲର ଶିକ୍ଷକ ସନାତନ କଅଁର ଧନ୍ୟବାଦ ଜ୍ଞାପନ କରିଥିଲେ ।     

Leave A Reply

Your email address will not be published.