ଝାରସୁଗୁଡା /ସୁବାସ ସାହାରେ : ଝାରସୁଗୁଡା ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଭାରତ ରତ୍ନ ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ “ଛୋଟ ହେଲେ ବି ମହାନ” କାର୍ଯ୍ୟକ୍ରମ କୁ ନୂତନ ବର୍ଷରୁ ପୁଣି ଥରେ ପରିଷଦ ହାତକୁ ନେଇ ଝାରସୁଗୁଡା ସହରରେ ଥିବା ପୂଜ୍ୟ ମହାପୁରୁଷ ମାନଙ୍କର ପ୍ରତିମୂର୍ତ୍ତିକୁ ସଫେଇ କରିବାପାଇଁ ଅଣ୍ଟା ଭିଡ଼ିଛି। ଆଜିର କାର୍ଯ୍ୟକ୍ରମ ରେ ସରବାହାଲ ଠାରେ ଥିବା ଭଗବାନ ପର୍ଶୁରାମ ଙ୍କ ପ୍ରତିମୂର୍ତ୍ତି ଠୁଁ ଆରମ୍ଭ କରି ସୁନାରୀ ମୁଣ୍ତ। ଛକର ଡ଼ଃ ବାବା ସାହେବ ଆମ୍ବେଦକର ଓ ବଡମାଲ ଛକ ର ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି କୁ ସଫେଇ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପରିଷଦର ପ୍ରତିଷ୍ଟା ତା ବିବେକାନନ୍ଦ ମିଶ୍ରଙ୍କ ନେତୃତ୍ୱ ରେ ହୋଇଥିବା ବେଳେ ଏଥିରେ ପରିଷଦର ସାଧାରଣ ସମ୍ପାଦକ ନିକୁଞ୍ଜ ବିହାରୀ ମିଶ୍ର, ସଂଯୋଜିକା ମାନସୀ ପଣ୍ଡା, ପ୍ରଭାତ କୁମାର ଚୌହାନ, ସହଯୋଗୀ ସଂସ୍ଥା ଭାବରେ ସ୍ବାମୀ ବିବେକାନନ୍ଦ ସମାଜ କଲ୍ୟାଣ ସଂଘର ସଭାପତି ସୁରେନ୍ଦ୍ର ମହନନ୍ଦ, ଉପ ସଭାପତି ଖଗେଶ୍ୱର ବେଶନ, ସମ୍ପାଦକ ସୁନୀଲ ଓ ଜିଲ୍ଲା ଦିବ୍ୟାଙ୍ଗ ବିଦ୍ୟାଳୟର ସଚିବ ହରିଶଙ୍କର ପୁରୋହିତ, ଶିକ୍ଷକ ଉପେନ୍ଦ୍ର ଭଇଁସା, ଗୋକୁଲ କିଷାନ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ପ୍ରତି ସପ୍ତାହରେ ଥରେ କରାଯିବ ବୋଲି ପରିଷଦ ସମ୍ପାଦକ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.