ପଦ୍ମପୁର ଅଗ୍ନିଶ୍ରମ ଶେବା ବିଭାଗ ତରଫର ମକ୍ ଡ୍ରିଲ୍ ପ୍ରଦର୍ଶନ ।

0 1

19-06-18-fire.jpg - 101.41 kB

ପଦ୍ମପୁର/ନୀଳ ଦୀପ -ଦୈବ ଦୁର୍ବୀପାକ ସମୟରେ ଜନସାଧାରଣଙ୍କୁ ଉଦ୍ଧାର କରିବା ସହିତ ସେବା ଯୋଗାଇ ଦେବାର ବିଭିନ୍ନ କୌଶଳ ସଂକ୍ରାନ୍ତିୟ ଏକ ମକ୍ ଡ୍ରିଲ ପ୍ରଦର୍ଶନ କାର୍ଯ୍ୟକ୍ରମ ପଦ୍ମପୁର ଅଗ୍ନିସେବା ବିଭାଗ ତରଫରୁ  ନାରାୟଣ ଚନ୍ଦ୍ର ନାୟକ ଙ୍କ ତତ୍ତ୍ବାବଧାନରେ ରାଜବୋଡାସମ୍ବର ବ୍ଲକ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଅଗ୍ନିଶମ ବିଭାଗର କର୍ମଚାରି ମାନେ ଦୁର୍ବିପାକ ସମୟରେ ଜନସାଧାରଣଙ୍କୁ ଉଦ୍ଧାର କରିବାର ବିଭିନ୍ନ ଜିନିଷର କିଭଳି ସତର୍କତା ଅବଲମ୍ବନ କରାଯିବ ତା ଉପରେ ବୁଝାଇଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ପଦ୍ମପୁର ଉପଜିଲ୍ଲାପାଳ  ଦୌଳତ ଚନ୍ଦ୍ରାକର , ରାଜବୋଡାସମ୍ବର ବ୍ଲକ ଶିକ୍ଷା ଅଧିକାରୀ  ସୁନୀଲ କୁମାର ମୁଣ୍ଡୁ ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏଲିଜା ମିଶ୍ର ,ତହସିଲଦାର  ସୁକଦେବ ବେହେରା ,ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ  ଗିରୀନ୍ଦ୍ର କୁମାର ସାହୁ ,ବ୍ଲକ ସାମାଜିକ ସୂଚନା ଅଧିକାରୀ  ରଜନୀକାନ୍ତ ବରିହା ଙ୍କ ସମେତ ବିଭିନ୍ନ ଗ୍ରାମପଞ୍ଚାୟତ ର ସରପଞ୍ଚ, ନିର୍ବାହୀ ଅଧିକାରୀ ,ସମିତିସଭ୍ୟ,ବିଭିନ୍ନ ,ଶିକ୍ଷାନୁଷ୍ଠାନ ର କର୍ମକର୍ତ୍ତା ,ବିଭିନ୍ନ ବିଭାଗୀୟ ଅଧିକାରୀ ,ସାମ୍ବାଦିକ ଆଇନଜୀବୀ ତଥା ଜନସାଧାରଣ ଉପସ୍ଥିତ ଥିଲେ।

Leave A Reply

Your email address will not be published.