ଇନର ହୁଇଲ କ୍ଲବ ବ୍ରହ୍ମପୁର ପକ୍ଷରୁ ଗୋପାଳପୁର ବେଳାଭୂମିରେ ଜାତୀୟ ଯୁବ ଦିବସ

0 1

http://www.youtube.com/watch?v=jFKtrcmzXFQ 

ଗୋପାଳପୁର,ବ୍ରହ୍ମପୁର(ରମାକାନ୍ତ ବିଶ୍ବାଳ):     ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଗୋପାଳପୁର ବେଳାଭୂମିରେ ମଙ୍ଗଳବାର ଦିନ ଇନର ହୁଇଲ କ୍ଲବ ବ୍ରହ୍ମପୁର ପକ୍ଷରୁ ଜାତୀୟ ଯୁବ ଦିବସ ସହ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଏକ ମନୋରମ ପରିବେଶ ମଧ୍ଯରେ ସରକାରଙ୍କ କେଭିଡ କଟକଣା ଭିତରେ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଇନର ହୁଇଲ କ୍ଲବର ସଭାନେତ୍ରୀ ବନ୍ଦିତା ତ୍ରିପାଠୀ ଅଧ୍ଯକ୍ଷତା କରିଥିଲେ।ଏଥରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ,ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଏବଂ ସୁବାସ ମହାରଣା ପ୍ରମୁଖ ଅତିଥିଭାବରେ ଯୋଗ ଦେଇ ସ୍ବାମୀ ବିବେକାନନ୍ଦଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହେବାକୁ ଆଜିର ଯୁବ ସମାଜକୁ ଆହ୍ବାନ ଦେଇଥିଲେ।ଏଥି ସହିତ ଗୋପାଳପୁର ବେଳାଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସ୍ବଚ୍ଛତା ଦିଗରେ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ସ୍ଥାନୀୟ ଏକ୍ସ ଜେନ ଆର୍ଟ କଲେଜର ଛାତ୍ର ଛାତ୍ରୀଙ୍କ ମଧ୍ଯରେ ସ୍ବାମୀ ବିବେକାନନ୍ଦଙ୍କ ସମ୍ପର୍କିତ ଏକ ଚିତ୍ରକଳା ପ୍ରତିଯୋଗିତା ଆୟୋଜିତ କରାଯାଇ ସେଥି ମଧ୍ଯରୁ ୬ ଜଣ କୃତି ପ୍ରତିଯୋଗିଙ୍କୁ ଜିଲ୍ଲାପାଳଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ଯରେ ଇନର ହୁଇଲ କ୍ଲବର ବ୍ରାଇଟ   ସୀମା ଚୌଧୁରୀ,ଇନର ହୁଇଲ କ୍ଲବର ସମ୍ପାଦିକା ରତ୍ନମଣୀ କଟନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସଭା ନେତ୍ରୀ ବନ୍ଦିତା ତ୍ରିପାଠୀ ଘୋଷଣା କରିଥଲେ।

Leave A Reply

Your email address will not be published.