ଜଗନ୍ନାଥ ପ୍ରସାଦ ( ନିଲୁ ବିଷୋୟୀ ) – ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ମହାବିଦ୍ୟାଳୟ ଯୁବ ରେଡକ୍ରସ ଶାଖା ଓ ଜାତୀୟ ସେବା ଯୋଜନା ଶାଖା ତରଫରୁ ମହାବିଦ୍ୟାଳୟ ପରିସର ମଧ୍ୟରେ କୋଭିଡ-୧୯ ନିୟମ ମାନି ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି I ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ ସ୍ଵାମୀ ବିବେକାନନ୍ଦଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିବା ସହିତ ସାମ୍ପ୍ରତିକ ଯୁଗରେ ସ୍ଵାମୀ ବିବେକାନନ୍ଦଙ୍କ ଆଦର୍ଶ ସମ୍ପର୍କରେ ଉଦବୋଧନ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ରେଡ୍ କ୍ରସ୍ କାଉନ୍ସିଲର ପ୍ରାଧ୍ୟାପକ ଲୋକନାଥ ମହାନ୍ତି ଯୁବକ ମାନଙ୍କ ପାଇଁ ସ୍ଵାମୀ ବିବେକାନନ୍ଦଙ୍କ ବାଣୀର ମହତ୍ତ୍ୱ ସମ୍ପକର୍କରେ ଆଲୋକପାତ କରିଥିଲେ । ସମ୍ମାନୀତ ବକ୍ତା ଭାବେ ଅଧ୍ୟାପକ ସୁନୀଲ କୁମାର ମୁନି ଭାରତୀୟ ଦର୍ଶନ ଓ ସ୍ଵାମୀ ବିବେକାନନ୍ଦଙ୍କ ସମ୍ପର୍କରେ ଉଦବୋଧନ ଦେଇଥିଲେ I ସ୍ଵେଚ୍ଛାସେବୀ ଶୁଭସ୍ମିତା ବେହେରା ଓ ଆଲୋକ କୁମାର ଷଡଙ୍ଗୀ ସ୍ଵାମୀ ବିବେକାନନ୍ଦଙ୍କ ବିଷୟରେ କହିଥିଲେ। ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ସୁନିର କାନ୍ତ ମିଶ୍ର ଯୁବଶକ୍ତି ବିଷୟରେ କହିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କଲେଜ କର୍ମଚାରୀ ମାନଙ୍କ ସହିତ ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ନନ୍ଦନ ବିଶ୍ଵାଳ, ଅଶୋକ ବାରିକ, ଅବିନାଶ ଡାକୁଆ ଓ ଫକୀର ମୋହନ ସେନାପତି ପ୍ରମୁଖ ସ୍ଵେଚ୍ଛାସେବୀ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.