ବିବାହ ଶୋଭାଯାତ୍ରାକୁ ସରକାରଙ୍କ ସର୍ତ୍ତମୂଳକ ଅନୁମତି ,ଏସଆରସି ଜାରିକଲେ ବିଜ୍ଞପ୍ତି
ଭୁବନେଶ୍ୱର (ଶାସକ ପ୍ରଶାସକ) : ଏଥର ବାହାଘର,ବ୍ରତଘରରେ ବାଜିବ ବାଜା , ଝଲସିବ ରୋଷଣୀ | ରାଜ୍ୟ ସରକାର ଦେଇଛନ୍ତି ସର୍ତ୍ତମୂଳକ ଅନୁମତି | ବିବାହ ଉତ୍ସବରେ ହେବ ପ୍ରୋସେସନ୍, ପ୍ରୋସେସନ୍କୁ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି ରାଜ୍ୟ ସରକାର | ଏସଆରସି ତଥା ଅତିତିକ୍ତ ମୁଖ୍ୟ ଶାସନ ସଚିବ (ଉନ୍ନୟନ କମିଶନର) ପ୍ରଦୀପ ଜେନାଙ୍କ ଦ୍ୱାରା ଜାରି ହୋଇଛି ବିଜ୍ଞପ୍ତି | ପ୍ରୋସେସନକୁ ଅନୁମତି ସହ ବିବାହ ଉତ୍ସବରେ ସର୍ବାଧିକ ୨ଶହ ଲୋକ ହୋଇପାରିବେ ସାମିଲ | ବର, କନ୍ୟା, ପୁରୋହିତ, ବ୍ୟାଣ୍ଡ ପାର୍ଟି ସମସ୍ତଙ୍କୁ ମିଶାଇ ୨ଶହ ରହିପାରିବେ | ମାସ୍କ, ସାନିଟାଇଜର ଓ କୋଭିଡ କଟକଣା ମାନିବାକୁ ବାଧ୍ୟତାମୂଳକ ବୋଲି ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି |
