ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ବଡବାହାଳ ପଞ୍ଚାୟତ ଅନ୍ତର୍ଗତ ଲଇଣ୍ଡାମାଳ ଗ୍ରାମର ସରତ ପ୍ରଧାନ, ରାମ ଚନ୍ଦ୍ର ପ୍ରଧାନ, ଜୋଶବନ୍ତ ପ୍ରଧାନ, ଲଛମନ ପ୍ରଧାନ ଆଦି ୪ଜଣ ବ୍ୟକ୍ତି ଉକ୍ତ ଗ୍ରାମର ସରକାରୀ ଜମିରେ ଦୀର୍ଘ ଦିନ ହେଲା ଖଳା ଓ ଗାଈ ଗୁହାଳ କରି ଆସି ଥିଲେ।ଏହାକୁ ଉକ୍ତ ଗ୍ରାମରୁ ଉପଖଣ୍ଡ ପ୍ରଶାସନ ଓ ତହସିଲଦାରଙ୍କ ଠାରେ ଉଚ୍ଛେଦ ପାଇଁ ଗ୍ରାମବାସୀ ମାନେ ଦାବି କରିଥିଲେ।ଏହାପରେ ପ୍ରଶାସନ ପକ୍ଷରୁ ଏହି ୪ ଜଣଙ୍କୁ ଉଚ୍ଛେଦ ପାଇଁ ନୋଟିସ କରାଯାଇ ଥିଲା।ହେଲେ ଉକ୍ତ ୪ ଜଣ ନିଜ ପକ୍ଷରୁ ଉଚ୍ଛେଦ କରି ନ ଥିଲେ। ଏହାପରେ ପ୍ରଶାସନ ପକ୍ଷରୁ ସୋମବାର ଉଚ୍ଛେଦ କରାଯାଇଛି। ମାଜିଷ୍ଟେଟ ଦାୟିତ୍ୱରେ ଅତିରିକ୍ତ ତହସିଲଦାର ଅମୂଲ୍ୟ ବାଘ, ରେଢାଖୋଲ ଥାନା ଅଧିକାରୀ ସୁରୁବାବୁ ଛତ୍ରିଆ ପ୍ରମୁଖ ପୋଲିସ ସଦଳ ବଳେ ଯାଇ ଉଚ୍ଛେଦ କରା ଯାଇଛି।
Sign in
Sign in
Recover your password.
A password will be e-mailed to you.
Next Post