ଦ୍ୱିମୁଣ୍ଡିରେ ୟୁଏଆଇଏଲ ଆନୁକୂଲ୍ୟରେ ମିଳିତ ସଫେଇ ଅଭିଯାନ

0

ଟିକିରି/ରାୟଗଡା(ସରୋଜ କୁମାର ସାହୁ) : ଗୋଷ୍ଠୀ  ବ୍ୟବହାର ସ୍ଥଳ ପ୍ରୟାସ ଅଧୀନରେ ଦ୍ୱିମୁଣ୍ଡି ଗ୍ରାମରେ ଏକ ସଫେଇ ଅଭିଯାନ ସହିତ ସ୍ୱାସ୍ଥ୍ୟ ଏବଂ ସ୍ୱାସ୍ଥ୍ୟରକ୍ଷା ଉପରେ ଏକ ବ୍ୟାପକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି । ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଛାମୁଆ ଧାତୁ କମ୍ପାନୀ ହିଣ୍ଡାଲ୍‍କୋର ଏକ ୟୁନିଟ ଉକ୍ରଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ନିକଟରେ ଥିବା ଏହି ଗ୍ରାମର ଗ୍ରାମବାସୀଙ୍କର ସକ୍ରିୟ ଅଂଶଗ୍ରହଣ ସହିତ ୟୁଏଆଇଏଲ କର୍ମଚାରୀଙ୍କ ସମ୍ମିଳିତ ପ୍ରୟାସରେ ଏହା କାର୍ଯ୍ୟକାରୀ ହେଉଛି । 

ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା ଗ୍ରାମବାସୀଙ୍କ ମଧ୍ୟରେ ପରିଷ୍କାର ପରିଚ୍ଛନ୍ନତା ସମ୍ପର୍କିତ ସଚେତନତା ସୃଷ୍ଟି ଏବଂ ସେମାନଙ୍କୁ ନିଜ ଗ୍ରାମରେ ସର୍ବୋତ୍ତମ ସ୍ୱାସ୍ଥ୍ୟରକ୍ଷା ଅଭ୍ୟାସକୁ ବଜାୟ ରଖିବା । ଅପ୍ରତ୍ୟାଶିତ କୋଭିଡ୧୯ ମହାମାରୀ ସାରା ବିଶ୍ୱକୁ ଧ୍ୱସ୍ତ ବିଧ୍ୱସ୍ତ କରୁଥିବାବେଳେ ଏକ ପରିଷ୍କାର ପରିବେଶ ବଜାୟ ରଖିବା ଏବଂ ଭୂତାଣୁକୁ ଦୂରେଇ ରଖିବା ଦିଗରେ ପ୍ରତ୍ୟେକ ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବାର ଆବଶ୍ୟକତା ଅନୁଭୂତ ହେବା ସମୟରେ ଏହା କାର୍ଯ୍ୟକାରୀ କରାଯାଇଛି । 

ଉତ୍କଳର କର୍ମଚାରୀୟଗଣ ଏହି ଗୋଷ୍ଠୀ ଅଭିଯାନ ‘ୱାକ୍‍ ଆଣ୍ଡ ସ୍ୱିପ୍‍  ମୁଭମେଣ୍ଟ‘ରେ ସମ୍ମିଳିତ ପ୍ରୟାସର ନିଦର୍ଶନ ଭାବେ ଅଂଶଗ୍ରହଣ କରି ପରିପାର୍ଶ୍ଵିକ  ଗ୍ରାମରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଦିଗରେ କାର୍ଯ୍ୟ କରିଥିଲେ । ଏହା ଏଭଳି ସମ୍ମିଳିତ ପ୍ରୟାସର ଆରମ୍ଭ ମାତ୍ର । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ଅଭିଯାନ ସମୟର ସାମାଜିକ ଦୂରତା ବଜାୟ ରଖାଯିବାଠାରୁ ନେଇ ମାସ୍କ ପରିଧାନ ଏବଂ ନିୟମିତ ବ୍ୟବଧାନରେ ହାତ ସାନିଟାଇଜ କରିବା ପର୍ଯ୍ୟନ୍ତ ମହାମାରୀର କଟକଣାକୁ କଡାକହି ଭାବେ ପାଳନ କରାଯାଇଥିଲା । ୟୁଏଆଇଏଲର ଟିମ୍‍ ଏବଂ ସିଏସ୍‍ଓ ସହଭାଗିତା ୱାର୍ଡ (ୱିମେନ୍‍ ଅର୍ଗାନାଇଜେସନ ଫର୍‍ ରୁରାଲ ଡେଭଲପମେଣ୍ଟ) ମିଳିତ ଭାବରେ କୋଭିଡ ସଙ୍କଟ ସତ୍ତ୍ୱେ ଏଭଳି ଏକ ପ୍ରଶଂସନୀୟ କାର୍ଯ୍ୟ କରିପାରିଥିଲେ । 

ୟୁଏଆଇଏଲରୁ ମାନବ ସମ୍ବଳ ମୁଖ୍ୟ ଆର ପି ସିଂ ଏହି ଅଭିଯାନର ଶୁଭାରମ୍ଭ କରିଥିବାବେଳେ ବରିଷ୍ଠ ମ୍ୟାନେଜମେଣ୍ଟ ଟିମ୍‍ ଶ୍ରୀ ଗୌରୀ ଶଙ୍କର, ଶ୍ରୀ ରମେଶ ଦୁୱାଡା, ଶ୍ରୀ ରାଜେଶ ପଟନାୟକ ପ୍ରମୁଖ ଏହି ଅଭିଯାନରେ ସାମିଲ ହୋଇଥିଲେ । 

ଏହି ଅବସରରେ ୟୁଏଆଇଏଲ୍‍ର ୟୁନିଟ ହେଡ ଶ୍ରୀ ମଜରୁଲ୍ଲା ବେଗ୍‍ ଗ୍ରାମବାସୀ, ୟୁଏଆଇଏଲ କର୍ମଚାରୀବୃନ୍ଦ ଏବଂ ସିଏସ୍‍ଓ ସହଭାଗିଙ୍କର ଏହି ମହତ ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ ଏବଂ ସଚେତନତା ସୃଷ୍ଟି ପାଇଁ ଆଗକୁ ମିଳିତ ଭାବରେ ଏହିଭଳି ଅଭିଯାନ କାର୍ଯ୍ୟକାରୀ କରାଯିବ ବୋଲି ପ୍ରକାଶ କରିଥିଲେ । 

ଏକ ଦାୟିତ୍ୱସଂପନ୍ନ କର୍ପୋରେଟ ସଂସ୍ଥା ଭାବରେ ୟୁଏଆଇଏଲ ଏହାର ପରିପାର୍ଶ୍ଵିକ ଗ୍ରାମଗୁଡିକରେ ଶିକ୍ଷା, ସ୍ୱାସ୍ଥ୍ୟଯତ୍ନ , ସ୍ଥାୟୀ ଜୀବିକା ଉପାର୍ଜନ ପନ୍ଥା ସୃଷ୍ଟି ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି ସୃଷ୍ଟି ସହିତ ସାମାଜିକ ପ୍ରସଙ୍ଗ ଗୁଡିକର ସମାଧାନ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ଗଭୀର ଭାବେ ନିୟୋଜିତ ରହିଛି । ୟୁଏଆଇଏଲ ମୋଟାମୋଟି ଭାବେ ଓଡ଼ିଶାର ୫୭ଟି ଗ୍ରାମରେ ପ୍ରାୟ ୩୦,୦୦୦  ଲୋକଙ୍କୁ ସେବା ଯୋଗାଇ ଦେଉଛି ।

 

Leave A Reply

Your email address will not be published.