ବୁଗୁଡା : ( ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ନିକଟସ୍ଥ ଭଞ୍ଜ ରାଜବଂଶର ଆରାଧ୍ୟ ଦେବୀ ତଥା ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ମା’ ସାଙ୍କୁଳେଇ ପୀଠରେ ବାଲିପଦର ମହୋତ୍ସବର ଉଦଯାପନୀ ଉତ୍ସବ ଜାନୁଆରୀ ୧୦ ତାରିଖ ଦିନ ଅନୁଷ୍ଠିତ ହୋଇ ଯାଇଛି। ବାଲିପଦର ମହୋତ୍ସବ କମିଟିର ସଭାପତି ଇଂ ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗଦେଇ ଯୁବ ସମାଜ ପ୍ରାଚୀନ କଳା ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଆଗଭର ହେବାକୁ ପରାମର୍ଶ ଦେଇଥିଲେ। ପ୍ରହଲ୍ଲାଦ ନାଟକ, ରାମଲୀଳା, କୃଷ୍ଣଲୀଳା, ରାଧାପ୍ରେମଲୀଳା,ଭାରତଲୀଳା ପ୍ରଭୃତି ପ୍ରାଚୀନ କଳା ପ୍ରତି ଯୁବ ପିଢ଼ିର ବିତୃଷ୍ଣା ମନୋଭାବ ଯୋଗୁଁ ଏହି ସବୁ କଳା ସଂସ୍କୃତି ଲୋପ ପାଇବାକୁ ବସିଲାଣି। ଏହି ପୁରାତନ କଳା ସଂସ୍କୃତି ଆମ ଅଞ୍ଚଳ ପାଇଁ ଗୌରବ ହୋଇଥିବା ବେଳେ ଏହାକୁ ଉଜ୍ଜୀବିତ ରଖିବାକୁ ଚେଷ୍ଟା କରିବା ଆବଶ୍ୟକ ବୋଲି ମତ ଦେଇଥିଲେ। ବାଲିପଦର କଲେଜ ଅଧ୍ୟକ୍ଷ ଡ଼ଃ ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ କବି ଅନନ୍ତ କର, ବାଲିପଦର ଫାଣ୍ଡି ଓଆଇସି ନିରଞ୍ଜନ ଦାଶ, ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ଜେନା, ସମିତି ସଭ୍ୟ ମହେନ୍ଦ୍ର ପ୍ରସାଦ ପଣ୍ଡା, ବ୍ୟାଙ୍କ ପରିଚାଳିକ ରଶ୍ମିତା ସାହୁ,କେ.ମନୋଜ ଆଚାରୀ, କୈଳାସ ପ୍ରଧାନ, ଖଲି ପରିଡା ପ୍ରମୁଖ ଯୋଗଦେଇଥିଲେ। ମହୋତ୍ସବ କମିଟି, ବଣିକ ସଙ୍ଘ, ଉନ୍ନୟନ କମିଟି, ଘୁମୁସର ର ସ୍ୱର ପ୍ରଭୃତି ସଂଗଠନ ପକ୍ଷରୁ ମୁଖ୍ୟ ଅତିଥି ଶ୍ରୀ ସାହୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରିଥିବା ଇଂ ଲକ୍ଷ୍ମୀ ପ୍ରସାଦ ନାୟକ, କଳାକାର ଜି.ରାଜେଶ୍ୱର ପାତ୍ର, ଦେବନାଥ ରଣା, ନାଗାର୍ଜୁନ ବିଷୋୟୀ, କେ.କୃଷ୍ଣମୂର୍ତ୍ତି ଆଚାରୀ, ରତ୍ନାକର ମହାରଣା, କାହ୍ନୁ ଚରଣ ବାଡତ୍ୟା, ଦିଲ୍ଲୀପ କୁମାର ପଟ୍ଟନାୟକ, ନାରାୟଣ ସାମନ୍ତରା, ତ୍ରିନାଥ ସାସମାଲ, ଜି.ମନୋଜ ପାତ୍ର, ଜି.ସଞ୍ଜୀବ ପାତ୍ର, ଉମା ନାୟକ, ବୃନ୍ଦାବନ ମହାନ୍ତି, ଶିବବ୍ରତ ନାୟକ ଓ ସୂର୍ଯ୍ୟ ପରିଡାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ବାଲିପଦର ମହୋତ୍ସବ ୨୦୨୧ ର ସ୍ମରଣୀକା ” କୃଷ୍ଣସାର ” କୁ ଅତିଥି ବୃନ୍ଦଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ସାଂସ୍କୃତିକ ସମ୍ପାଦକ ରତ୍ନାକର ମହାରଣା ଧନ୍ୟବାଦ ଅର୍ପଣ କରିଥିବା ବେଳେ ସନ୍ତୋଷ କୁମାର ସେଠୀ, ସିମାଞ୍ଚଳ ନାୟକ, ରାଜେନ୍ଦ୍ର କୁମାର ପାଢୀ, ପ୍ରଫୁଲ କୁମାର ବିଶ୍ବାଳ, ପୁରୁଷୋତ୍ତମ ନାଥ, ପ୍ରବୀଣ ଜେନା ଓ ବିକ୍ରମ ଗୁରୁ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post