ଏବେ ଭୁବନେଶ୍ୱରରେ ମିଳିବ “ମୋ ଖତ” 

0 1

ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଜୈବିକ ସାର “ମୋ ଖତ’ କିଓସ୍କ ଉଦ୍ଘାଟିତ

“ଏହା ଡମ୍ପିଂୟାର୍ଡ ସମସ୍ୟାର ସମାଧାନ କରିବ”

ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଭୁବନେଶ୍ୱରରେ ମହାନଗର ନିଗମ ଜୈବିକ ସାର “ମୋ ଖତ’ ବିକ୍ରୟ ନିମନ୍ତେ କିଓସ୍କର ଉଦ୍ଘାଟନ କରିଛନ୍ତିା ଏହି ଅବସରରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ବର୍ତ୍ତମାନ ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ଥିବା ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର (ଏମ୍.ସି.ସି)ମାନଙ୍କରୁ ବାହାରୁ ଥିବା ଜୈବିକ ଖତ ବଜାରରେ ଉପଲବ୍ଧ ହେବା ଏହା ଦ୍ୱାରା ଭୁବନେଶ୍ୱର ମହାନଗର ନିଗମରେ ଡମ୍ପିଂୟାର୍ଡ ସମସ୍ୟାର ସମାଧାନ ହେବ ଏବଂ ପର୍ଯ୍ୟାୟ କ୍ରମେ ଏହି କାର୍ଯ୍ୟକ୍ରମ ଅନ୍ୟ ସହରାଞ୍ଚଳରେ ଆରମ୍ଭ ହେବା “ମୋ ଖତ’ ନାମରେ ଏହି ଖତ ପ୍ରସ୍ତୁତିରେ ଭବୁ ନେ ଶ୍ୱର ନାଗରିକ ମାନଙ୍କର ଯଥେଷ୍ଟ ଯୋଗଦାନ ରହିଛିା ନିୟମିତ ଓଦା ଏବଂ ଶୁଖିଲା ବର୍ଜ୍ୟବସ୍ତୁକୁ ପୃଥକ ପୃଥକ ଭାବେ ଭୁବନେଶ୍ୱର ମହାନଗର ନିଗମର ସଫେଇ କର୍ମଚାରୀଙ୍କୁ ଦେଇ ବର୍ଜ୍ୟର ବିଜ୍ଞାନସମ୍ମତ ପରିଚାଳନାକୁ ପ୍ରମାଣିତ କରିବାରେ ସେମାନେ ନିଜର କର୍ତ୍ତବ୍ୟ ସଂପାଦନ କରିଛନ୍ତିା ପରିମଳ ବ୍ୟବସ୍ଥାକୁ ଉନ୍ନତରୁ ଉନ୍ନତ୍ତତର କରି ଭୁବନେଶ୍ୱରକୁ ଏକ ସ୍ୱଚ୍ଛ ସହର ଭାବେ ପ୍ରତିଷ୍ଠିତ କରିବାରେ ନାଗରିକମାନଙ୍କର ସହଯୋଗକୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିଥିଲୋ

“ମୋ ଖତ’ ଜୈବିକ ସାର ୫ କି.ଗ୍ରା ପ୍ୟାକେଟକୁ  ୧୨୫ ଟଙ୍କାରେ ବିକ୍ରୟ କରାଯିବା ବିକ୍ରୟ କେନ୍ଦ୍ର ଏସ୍.ଏଚ୍.ଜିର ଦାୟିତ୍ୱରେ ରହିବା କ୍ରମାଗତ ଭାବେ ବିଭିନ୍ନ ବିଭାଗର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ସାର ଯୋଗାଇ ଦିଆଯିବା ଏଥିରୁ ପ୍ରାପ୍ତ ଅର୍ଥ ଏମ୍ସିସିକୁ ସ୍ୱୟଂଚାଳିତ କରିବାରେ ବିନିଯୋଗ ହେବା ଏହି ବିକ୍ରୟ କେନ୍ଦ୍ର ଦିନ ୧୦ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବା ବିଏମ୍ସିର କର୍ମକର୍ତ୍ତାମାନେ ପରିଚାଳନାଗତ ଆବଶ୍ୟକୀୟ ସହଯୋଗ କରିବେ ଏବଂ ସ୍ଥିରୀକୃତ ନିୟମ ଅନୁସାରେ ଏହି ବିକ୍ରୟ କେନ୍ଦ୍ରର  ନଥି ତଦାରଖ କରାଯିବା

ପ୍ରକାଶଯୋଗ୍ୟ ଯେ ବର୍ଜ୍ୟବସ୍ତୁର ବିଜ୍ଞାନସମ୍ମତ ପରିଚାଳନା ନିମନ୍ତେ ୪୩ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର(ଏମ୍ସିସି) ଏବଂ ୧୧ଟି ମାଟେରିଆଲ୍ ରିକଭରି ଫ୍ୟାସିଲିଟି ସେଣ୍ଟର ରହିଛିା ଏଥିରେ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଚୟନ ହୋଇଥିବା ସଦସ୍ୟାମାନେ ସ୍ୱଚ୍ଛସାଥୀ ଭାବେ କାର୍ଯ୍ୟ କରୁଛନ୍ତିା ସ୍ବେଚ୍ଛାସେବୀ ସଂଗଠନରୁ ୬୭ ଜଣ ସ୍ବେଚ୍ଛାସେବୀ ଏହାର ପରିଚାଳନାରେ ମଧ୍ୟ ସହଯୋଗ କରୁଛନ୍ତିା ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଜି.ମାଥିଭାଥନନ, ମୁନିସିପାଲ୍ ପ୍ରଶାସନର ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମଜିତ ନାୟକ, ବିଏମ୍ସିର କମିଶନର ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ସଚେତନ ନାଗରିକ ଓ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲୋ 

 

Leave A Reply

Your email address will not be published.