୧୬ଟି ଚୁକ୍ତିଭିତ୍ତିକ ଊର୍ଦ୍ଦୁ ଶିକ୍ଷକ ପଦବୀକୁ ଅର୍ଥମନ୍ତ୍ରୀଙ୍କ ଅନୁମୋଦନ On Jun 18, 2018 9 Share ଭୁବନେଶ୍ୱର,: ୧୬ଟି ଚୁକ୍ତିଭିତ୍ତିକ ଊର୍ଦ୍ଦୁ ଶିକ୍ଷକ ପଦବୀକୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଅନୁମୋଦନ କରିଛନ୍ତିା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୬ଟି ବ୍ଲକ୍ ଗ୍ରାଣ୍ଟ ହାଇସ୍କୁଲ(ନ୍ୟୁ ଏଡେଡ୍)ରେ ୧୬ ଜଣ ଊର୍ଦ୍ଦୁ ଶିକ୍ଷକ କାର୍ଯ୍ୟ କରୁଛନ୍ତିା ସେମାନଙ୍କୁ ଚୁକ୍ତିଭିତ୍ତିକ ଶିକ୍ଷକ ରୂପେ ନିଯୁକ୍ତି ଦେବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଅର୍ଥ ବିଭାଗ ପକ୍ଷରୁ ମଞ୍ଜୁରି ଦିଆଯାଇଛିା ଏଣିକି ଏହି ଶିକ୍ଷକମାନେ ମାସିକ ୭୪୦୦ଟଙ୍କା ଦରମା ପାଇବୋ ଊର୍ଦ୍ଦୁ ଭାଷା ଶିକ୍ଷା କରୁଥିବା ଛାତ୍ରବହୁଳ ବିଦ୍ୟାଳୟଗୁଡ଼ିକରେ ଊର୍ଦ୍ଦୁ ଶିକ୍ଷକଙ୍କ ଆବଶ୍ୟକତା ଦୃଷ୍ଟିରୁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତିା ସୂଚନାଯୋଗ୍ୟ ଯେ କଟକ ଜିଲ୍ଲାର ଦୁଇଟି, ଯାଜପୁରର ୫ଟି, ବାଲେଶ୍ୱର ଜିଲ୍ଲାର ୫ଟି, ଭଦ୍ରକ ଜିଲ୍ଲାର ୨ଟି ଏବଂ କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ଲେଖାଏଁ ବିଦ୍ୟାଳୟର ଊର୍ଦ୍ଦୁ ଶିକ୍ଷକ ଏଥିରେ ଅନ୍ତର୍ଭୁକ୍ତା 9 Share FacebookTwitterGoogle+ReddItWhatsAppPinterestEmail