ମରୁଡି ଜନିତ ଦୁଃଖ ଆମ ମାଟିର ଭାଗ୍ୟ ପାଲଟିଛି

0 1

ଜିଲ୍ଲା ବନ ବିଭାଗ ପକ୍ଷରୁ ବିଶ୍ୱ ଦିବସ ପାଳିତ 

17-06-19-bola-1.jpg - 63.30 kB

ବଲାଙ୍ଗିର (ନିରୋଜ ମିଶ୍ର)-   ମରୁଡି ଜନିତ ଦୁଃଖ ଆମ ମାଟିର ଭାଗ୍ୟ ପାଲଟିଛି । ମରୁଡିର ଦାରୂଣ ତାଡନାରେ ସର୍ବଦା ହନ୍ତସନ୍ତ ଆମ ଚାଷୀ ସମୂହ । ମରୁଡିର ଭୟାବହତାକୁ ଆଖି ସାମନାରେ ରଖିଲେ ମନେ ହେଉଛି ଯେମିତି ଆମ ଆଡକୁ ମରୁଭୂମିଟିଏ ଏକ ଭୟଙ୍କର ମୁଦ୍ରାରେ ମାଡି ଆସୁଛି । ଏଭଳି ପରିସ୍ଥିତିରେ ବିଶେଷ ସଚେତନତାର ଆବଶ୍ୟକତା ରହିଛି ବୋଲି ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ହର୍ଡାଟାଲ ସ୍ଥିତ ଧୁବା ହାଇସ୍କୁଲ ଠାରେ ବଲାଙ୍ଗିର ବନ ବିଭାଗ ପକ୍ଷରୁ ମରୁଡି ଓ ମରୁଭୂମି ଜନିତ ପରିସ୍ଥିତିକୁ ପ୍ରତିରୋଧ ପାଇଁ ବିଶ୍ୱ ଦିବସ ପାଳନ ଅବସରରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ପ୍ରଧାନ ଶିକ୍ଷକ ମନୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ସଭାରେ ମୁଖ୍ୟ ଅତିଥି ଭାବେ ବନଖଣ୍ଡ ଅଧିକାରୀ ସମିର କୁମାର ଶତପଥି,  ସମ୍ମାନୀତ ଅତିଥି ଭାବେ ଏ.ସି.ଏଫ୍ ବାବାଜି ଚରଣ ରାଉଲ, ରେଞ୍ଜର ବିଜୟ କୁମାର ଖୁଣ୍ଟିଆ, ଫରେଷ୍ଟର ଜନାର୍ଦ୍ଧନ ଠାକୁର, ସ୍କୁଲ ପରିଚାଳନା କମିଟି ସଭାପତି ଗୋପିନାଥ ଭୋଇ ମଞ୍ଚାସୀନ ଥିଲେ । ଶେଷରେ ଧନ୍ୟବାଦ ଦେଇଥିଲେ କ୍ରୀଡା ଶିକ୍ଷକ ବୈକୁଣ୍ଠ ଜେନା । ପରିବେଶ ପ୍ରେମି ଭୁରିଶ୍ରୁବା ଭୋଇ, ରାଜେନ୍ଦ୍ର ମିଶ୍ର, ଟଙ୍କଧର ଭୋଇ, ଦାଶରଥି ମହାପାତ୍ର, ପ୍ରଦିପ କୁମାର ବେହେରା ତଥା ଶିକ୍ଷା କର୍ମଚାରୀ ତ୍ରିନାଥ ନାଏକ, ଯୁଧିଷ୍ଠିର  ଧରୁଆ ପ୍ରମୁଖ ସହଯୋଗ କରିଥିଲେ । 

 

Leave A Reply

Your email address will not be published.