ଗରିବ ଅସହାୟ ବୃଦ୍ଧବୃଦ୍ଧା ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରିବା ସହ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ 

0

ଭଂଜନଗର ( ନିଲୁ ବିଷୋୟୀ ) – ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁଦୁଲୀପଲ୍ଲୀ ପଞ୍ଚାୟତ ରେ ଗରୀବ, ଅସହାୟ ବୃଦ୍ଧ ଏବଂ ବୃଦ୍ଧା ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରିବା ସହ ଗରୀବ, ଅସହାୟ ବୃଦ୍ଧ ଏବଂ ବୃଦ୍ଧା ମାନଙ୍କ ସୁବିଧା ଅସୁବିଧା ସବୁ ପଚାରି ବୁଝିଛନ୍ତି ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରଙ୍କ ମାନ୍ୟବର ଜଙ୍ଗଲ, ପରିବେଶ ଏବଂ  ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ। ମନ୍ତ୍ରୀ ଶ୍ରୀ ଆରୁଖ ଜିଲୁଣ୍ଡି ଓ ମୁଦୁଲୀପଲ୍ଲୀ ପଂଚାୟତ କୁ ଯାଇ ସେଠାରେ ଶତାଧିକ ଗରିବ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଶୀତବସ୍ତ୍ର ପ୍ରଦାନ କରିଥିଲେ। ଏଥି ସହିତ ମୁଦୁଲୀପଲ୍ଲୀ ଠାରେ ଲୋକଙ୍କ ସହ ଆଲୋଚନା କରି ମନ୍ତ୍ରୀ କହିଥିଲେ ମୁଦୁଲୀପଲ୍ଲୀ ଏକ ନୂତନ ପଂଚାୟତ ଏହାର ବିକାଶ କରାଯାଇଛି। ଆଗାମୀ ଦିନରେ ଏଠାରେ ଆହୁରି ଅନେକ ବିକାଶ ମୂଳକ କାର୍ଯ୍ୟ କରାଯିବ। କାଯ୍ୟକ୍ରମରେ ବ୍ଲକ ଉପଦକ୍ଷ। ଜିତେନ୍ଦ୍ର କେଶରୀ ଆରୁଖ,ଆଇନଜୀବୀ ଦିବାକର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଉଭୟ ପଂଚାୟତର ସରପଞ୍ଚ , ସମିତି ସଭ୍ୟ ଓ କର୍ମଚାରୀ ମାନେ ପରିଚାଳନା କରିଥିଲେ। ସାମାଜିକକର୍ମୀ ଶୂଳପାଣି ଶତପଥୀ କାଯ୍ୟକ୍ରମ କୁ ସଂଯୋଜନା କରିଥିଲେ |

Leave A Reply

Your email address will not be published.