ବୀରମହାରାଜପୁର: ନୂତନ ଜିଲା କୃଷି ଅଧିକାରୀଙ୍କ ଯୋଗଦାନ ।

0

ବୀରମହାରାଜପୁର – (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରବୀରମହାରାଜପୁରରେ ନୂୂତନ ଜିଲା କୃଷି ଅଧିକାରୀ ଭାବେ ପ୍ରମିଳା ସ୍ଵାଇଁ  ଯୋଗଦେଇଛନ୍ତି  । ଦୀର୍ଘ ବର୍ଷରୁ ଏହି ପଦବୀ ଖାଲି ରହିଥିଲା । ଯୋଗଦେବା ପରେ କାର୍ଯ୍ୟକଲେ ସରକାରୀ କୃଷି ଅଧିକାରୀ କାଲନ୍ଦି ପରିଡା,  ତୁଷାରକାନ୍ତ ସାହୁ, ବିଟିଏମ ଜିତେନ୍ଦ୍ର ମେହର, ଏଟିଏମ ମୀନକେତନ ମହାକୁର, ନାରାୟଣ ମିଶ୍ର,  ଚନ୍ଦ୍ରଶେଖର ନାଏକ  ଜିଲ୍ଲା କୃଷି କାର୍ଯ୍ୟଳୟର ବରିଷ୍ଠ କିରାଣୀ ଜାନୁ ରାଏ ଏବଂ ସମସ୍ତ  କର୍ମଚାରୀ  ତାଙ୍କୁ ସ୍ୱାଗତ କରିଥିଲେ । ତାହା ସହିତ ‘ଆତ୍ମା ‘ ଅଧ୍ୟକ୍ଷ ଆଲୋକ ଦେହୁରୀ,  ଜିଲା ‘ମୋ ପରିବାର ‘ସଂଯୋଜକ ରଞ୍ଜିତ ରଥ,ସତ୍ଯଞ୍ଜିପ ମିଶ୍ର, ଚିତ୍ତରଞ୍ଜନ ଦାସ ଓ ଭଗବାନ କନଂ ପ୍ରମୁଖ ନୂତନ ଜିଲା କୃଷି  ଅଧିକାରୀଙ୍କୁ ଫୁଲତୋଳା ଦେଇ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ । ଶ୍ରୀ ସ୍ଵାଇଁ ପୂର୍ବରୁ ଅନୁଗୁଳ ଜିଲା ଆଠମଲ୍ଲିକ ଜିଲା କୃଷି କାର୍ଯ୍ୟଳୟରେ ବ୍ଲକ କୃଷି ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ପଦୋନ୍ନତି ପାଇ ବୀରମହାରାଜପୁର ରେ ଜିଲା କୃଷି ଅଧିକାରୀ ଭାବେ ଯୋଗଦେଇଛନ୍ତି ।

Leave A Reply

Your email address will not be published.