ସମ୍ବଲପୁର (ରମାକାନ୍ତ ବିଶ୍ବାଳ): ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ପୀଠରେ ୨ ଟି ସମ୍ବଲପୁରୀ ପୁସ୍ତକ ଉନ୍ମୋଚିତ ହୋଇଛି। ଡ. ବିଜୟ କୁମାର ପ୍ରଧାନଙ୍କ ରଚିତ ସମ୍ବଲପୁରୀ କଥାନୀ ମାଲା ” କରିବୁ ଯାହା ପାଏବୁ ତାହା” ଡ, ଶ୍ୟାମସୁନ୍ଦର ଧରଙ୍କ ରଚିତ ବିଭିନ୍ନ ବିଷୟ ଉପରେ ସଂକ୍ଷିପ୍ତ ଆଲୋଚନା ପ୍ରବନ୍ଧ ପୁସ୍ତକ ” କାହାକେ କହେବ” କୁ ହେମନ୍ତ ଦଫାଦାର ଉନ୍ମୋଚନ କରିଥିଲେ I ଏଥିରେ ଉଭୟ ଲେଖକଙ୍କ ସହିତ ମୋହନ ମହାପାତ୍ର, ପ୍ରଫୁଲ୍ଲ ହୋତା, ଡ.ଗୌରୀଦାସ ପଧାନ, ମୁକ୍ତକଣ୍ଠ ପ୍ରଧାନ, ଗୋବିନ୍ଦ ଅଗ୍ରୱାଲ, ନାରାୟଣ ଗହୀର, ସୁଶୀଳ ଦାସ, ଦୀପକ କୁମାର ପଣ୍ଡା, ଦେବାର୍ଜନ ଠାକୁର, ପ୍ରସନ୍ନ ବେହେରା, ଗୋପାଳ ଗହୀର, ବ୍ରଜେନ୍ଦ୍ର ନାୟକ, ପ୍ରଶାନ୍ତ ମାଝି, ଲୋକନାଥ ପାଣ୍ଡେ, ସୌରଭ ରାୟ, ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.