ବରଗଡ଼ ଜିଲ୍ଲା ପାଇଁ ଗୌରବ ଆଣିଲେ ଇସ୍ରୋ ବୈଜ୍ଞାନିକ ନିହାର ରଞ୍ଜନ

0

ଉଜ୍ଜ୍ୱଳ ଭବିଷ୍ୟତ କାମନା କଲେ ମନ୍ତ୍ରୀ ସୁଶାନ୍ତ ସିଂ

ବରଗଡ଼ :- ବରଗଡ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀର ଅମ୍ବାଭନା ବ୍ଲକ ଝାରପାଳି ଗ୍ରାମର ଯୁବ ବୈଜ୍ଞାନିକ ଶ୍ରୀ ନିହାର ରଞ୍ଜନ ପ୍ରଧାନ ଇସ୍ରୋ(ISRO) ଅଧୀନରେ ବିକ୍ରମ ସାରାଭାଇ ଅନ୍ତରିକ୍ଷ କେନ୍ଦ୍ର ତିରୁଆନନ୍ତପୁରମ ଠାରେ ବୈଜ୍ଞାନିକ ଭାବରେ କାର୍ଯ କରିବା ପାଇଁ ମନୋନୀତ ହୋଇ କାର୍ଯରେ ଯୋଗଦାନ କରିଛନ୍ତି । ଏହି ଅବସରରେ ରାଜ୍ୟ ସରକାରଙ୍କର ଶ୍ରମ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ନିହାର ଙ୍କୁ ଅଭିନନ୍ଦନ ଜଣାଇବା ସହିତ ମହାପ୍ରଭୁ ଜଗନ୍ନାଥ ଓ ମାଁ ସମଲେଶ୍ବରୀ ଙ୍କର ନିକଟର ନିହାର ଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଆଜି ମାନ୍ୟବର ମନ୍ତ୍ରୀ ସାମାଜିକ ଗଣମାଧ୍ୟମ ରେ ଏକଥା ଉଲ୍ଲେଖ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ନିହାର ଙ୍କର ଏହି ଉପଲବ୍ଧି ନିଶ୍ଚିତ ଭାବରେ ଯୁବ ସମାଜକୁ ପ୍ରେରିତ କରିବ ।

Leave A Reply

Your email address will not be published.