ତର୍ଲାକୋଟା ଠାରେ ଜିଲ୍ଲାର ପ୍ରଥମ ମାଣ୍ଡିଆ ମଣ୍ଡି ଉଦ୍ଘାଟନ କଲେ ଜିଲ୍ଲାପାଳ ।

0

ମାଲକାନଗିରି (ବି ଶ୍ରୀନିବାସ ପାତ୍ର ); ଆଜି ସ୍ଥାନୀୟ ତର୍ଲାକୋଟା ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳ ୱାଇ  ବିଜୟଙ୍କ ଦ୍ବାରା ମାଲକାନଗିରି ଜିଲ୍ଲାର ପ୍ରଥମ ମାଣ୍ଡିଆ ମଣ୍ଡି ଉଦଘାଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ଶ୍ରୀ କୈଳାସ ଚନ୍ଦ୍ର ସ୍ବାଇଁ ମାଲକାନଗିରି ତହସିଲଦାର ଶ୍ରୀ ଗୁଣନିଧି ନାୟକ କୋରୁକୋଣ୍ଡା ଗୋଷ୍ଠି ଉନ୍ନୟନ ଅଧିକାରୀ ଅଂଶୁମାନ ମହାପାତ୍ର ଶ୍ରୀମତି ମନସ୍ଵିନୀ ମହାପାତ୍ର ପ୍ରକଳ୍ପ ଅଧିକାରୀ ଓଡିଶା ମିଲେଟ ମିଶନ୍ କୋରୁକୋଣ୍ଡ ଅଧ୍ୟକ୍ଷ ଶ୍ରୀମତି ସାବିତ୍ରୀ ପଡ଼ିଆମୀ ନିୟନ୍ତ୍ରିତ ବଜାର କାମିଟି ସମ୍ପାଦକ ଶ୍ରୀ ଗୁରୁ ଚରଣ ନାୟକ ସହକାରୀ କୃଷି ଅଧିକାରୀ ଶ୍ରୀ  ରାଜେନ୍ଦ୍ର ସାହୁକାର ARCS ଶ୍ରୀ ପ୍ରମୋଦ ରାଉତ, ଟାଗୋର ଶୋଷାଇଟିର ସଂଯୋଜକ ଶ୍ରୀ ଅକ୍ଷୟ ଦାସ  ଓଡିଶା ମିଲେଟ୍ ମିସନ୍ ଜିଲ୍ଲା ସଂଯୋଜକ ଅନିକେତ ଲକେରି ସମନ୍ଵିତ କୃଷି ବିଭାଗ ଅଧିକାରୀ ଲାଲବିଜୟ ସିଂ ଦେଓ ଟିଡିସିସି  ଆର୍ ଏମ୍ ସି ଲେମ୍ପ୍ପ, ସୃଷ୍ଟି ଅନୁଷ୍ଠାନ ଓ କୃଷି ବିଭାଗୀୟ ବହୁ କର୍ମଚାରୀ ଉପସ୍ଥିତ ଥିଲେ। ସେହିପରି ବହୁ ଗ୍ରାମରୁ ଚାଷୀ ଭାଇ ମାନେ ନିଜ ନିଜ ମାଣ୍ଡିଆ ଧରି ମାଣ୍ଡିଆ ମଣ୍ଡି ରେ ଯୋଗ ଦେଇଥିଲେ ।

ଏହି ବର୍ଷ ମାଣ୍ଡିଆ କ୍ଵିଣ୍ଟାଲ ପିଛା ୩୨୫୦ ଟଙ୍କା  ସ୍ଥିର ହୋଇଛି  ।ମାଣ୍ଡିଆ ଏକ ଉତ୍କୃଷ୍ଟ ପୋଷଣ ବିଶି ଷ୍ଠ ଖାଦ୍ୟ ହୋଇଥିବାରୁ ଅଧିକା ରୁ ଅଧିକା ଉତ୍ପାଦନ କରିବାପାଇଁ ଜିଲ୍ଲାପାଳ ନିଜ ଅଭିଭାଷଣ ରେ କୃଷକ ମାନଙ୍କୁ କହିଥିଲେ ।

Leave A Reply

Your email address will not be published.