ପାହାଡ଼େଶ୍ବର ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶ୍ବିକ ବିକାଶ ନିମନ୍ତେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ପତ୍ର। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାର ମଧ୍ୟଭାଗରେ ଅଛି ଶହ ଶହ ବର୍ଷ ପୁରୁଣା ପାହାଡ଼େଶ୍ବର ମନ୍ଦିର। ଝାରସୁଗୁଡ଼ା ଓ ଆଖପାଖ ଅଞ୍ଚଳର ଲୋକଙ୍କ ପାଇଁ ଏହା ଏକ ଧରୋହର ଅଟେ।ଏହାର ବିକାଶ  ଏବଂ ପାରିପାର୍ଶ୍ବିକ ଉନ୍ନତି ନିମନ୍ତେ ପାହାଡ଼େଶ୍ବର ବିକାଶ ପରିଷଦ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି। ମନ୍ଦିରର ପରିସର ଓ ଆଖପାଖ ଅଞ୍ଚଳକୁ ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର ନ ହେବାକୁ ଦେବାପାଇଁ ପଦକ୍ଷେପ ନେବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି। ମନ୍ଦିରର ସମସ୍ତ ଅଞ୍ଚଳକୁ ସାର୍ବଜନୀନ ବ୍ୟବହାର କରିବା ପାଇଁ ଓ ଏହାର ବିକାଶ ପାଇଁ ଏହି ପତ୍ରରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି ପାହାଡ଼େଶ୍ବର ବିକାଶ ପରିଷଦ। 

ଏହି ଅବସରରେ ସଂଗ୍ରାମ ମହାନ୍ତି, ତୁଷାର ପଟେଲ, ମିହିର ନାୟକ, ଅମୀୟ ମହାନ୍ତି, ପବିତ୍ର ମୋହନ ଦାସ, ହେମନ୍ତ ମହାନନ୍ଦ, ପଲାଶ କର୍ମକାର, ବିକ୍ରମ ସିଂହ, ଚିନ୍ମୟ ରାଉତ, ଉମେଶ ବେହେରା, ବିଜୟ କୁମାର ଦାଶ,ରାଜୁ ସିଂ, ଗୋବିନ୍ଦ ମେହେର, ରିଣ୍ଟୁ ସୂତାର, ବିଶାଳ ନାଗ, ରୋଶନ ପଟେଲ, ପଦ୍ମମଣି ସାହୁ, କାହ୍ନା ପୋଢ଼, ରବି ଯାଦବ ଓ ସତ୍ୟବ୍ରତ ବେହେରା ଉପସ୍ଥିତ ଥିଲେ।

Leave A Reply

Your email address will not be published.