କିସ୍ ତରଫରୁ ୭ମ ପର୍ଯ୍ୟାୟ ଶୁଖିଲା ଖାଦ୍ୟ ଓ ପାଠ୍ୟ ଉପକରଣ ବଣ୍ଟନ। 

0

 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଆଜି ଝାରସୁଗୁଡ଼ା ପୌରାଞ୍ଚଳର ବଢ଼େଇମୁଣ୍ଡାଠାରେ କିସ୍ ତରଫରୁ ୭ମ ପର୍ଯ୍ୟାୟ ଶୁଖିଲା ଖାଦ୍ୟ ଓ ପାଠ୍ୟ ଉପକରଣ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଇଥିଲା। ଏହି ଅବସରରେ ୫୯ ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଥିଲେ। 

କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ କିଛି ସମୟ ବିତାଇବାକୁ ଅତିଥି ଭାବରେ ଜିଲ୍ଲା ମୂଖ୍ୟ ଡାକ୍ତରଖାନାରୁ ଲତିକା କିଶାନ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସଞ୍ଜିତା କିଶାନ, ଆଦିିବାସୀ ସର୍ବାଙ୍ଗୀନ ବିିକାଶ ସଂଗଠନର କୋଷାଧ୍ୟକ୍ଷ୍ୟା ଶ୍ରୀମତୀ ସଞ୍ଜୁ ଡନସନା ଓ ଉପ ସଭାପତି ଶ୍ରୀମତୀ ରଜନୀ ପ୍ରଧାନ ଯୋଗ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଚୁଡା,ଚିିନିି,ଡାଲିି,ସାବୁନ,ପେନ୍ ବଣ୍ଟା ଯାଇଥିଲା। ସମସ୍ତେ କିସର ଅଧ୍ୟକ୍ଷ ଅଚ୍ୟୁତ ସାମନ୍ତଙ୍କୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ରତ୍ନାକର ପ୍ରଧାନ,ପ୍ରଭାକର ଓରାମ,ଭଗବାନ ଡଣ୍ଡସନା,ଭଗବାନ ମିର୍ଦ୍ଧା,ତ୍ରୀଲୋଚନ ଡଣ୍ଡସନା,ସଚିିନ ବରୁଆ  ଓ ଚଇନୁ କିିଶାନ ପ୍ରଭୃତି ଉପସ୍ଥିତ ଥିଲେ।

Leave A Reply

Your email address will not be published.