ମାଲକାନଗିରି ଜିଲ୍ଲା ଗସ୍ତରେ ମନ୍ତ୍ରୀ ତୁଷାରକାନ୍ତି:ବିଭିନ୍ନ ଉନ୍ନୟନ କାର୍ଯ୍ୟର କଲେ ସମୀକ୍ଷା

0

ଭୁବନେଶ୍ୱର(ବି ଶ୍ରୀନିବାସ ପାତ୍ର): ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତିା

ଆଜି ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ବେହେରା ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝିଙ୍କ ସହିତ ମାଲକାନଗିରି ଏୟାର ଷ୍ଟ୍ରିପ୍ ସହିତ ଦାନିଗୁଡ଼ାଠାରୁ ସିନ୍ଦ୍ରୀମଲ ଗ୍ରାମପଞ୍ଚାୟତସ୍ଥିତ କନ୍ୟାଶ୍ରମ ପର୍ଯ୍ୟନ୍ତ ଯାଇଥିବା ରାସ୍ତା, କୋରୁକୋଣ୍ଡାସ୍ଥିତ ଗୋଷ୍ଠୀ ଯତ୍ନକେନ୍ଦ୍ର, କୋରୁକୋଣ୍ଡାସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପୂର୍ତ୍ତ ବିଭାଗ ରାସ୍ତାଠାରୁ କୋରୁକୋଣ୍ଡା ତାରେଣୀ ମନ୍ଦିର ପର୍ଯ୍ୟନ୍ତ ରାସ୍ତା, ପୋଟରେଲ୍ ଗ୍ରାମପଞ୍ଚାୟତ ଅଧୀନସ୍ଥ ଚିତପରି ଗ୍ରାମର ଜଳାଶୟ ନିକଟରେ ରାସ୍ତା, ତର୍ଲାକୋଟା ଗ୍ରାମପଞ୍ଚାୟତ ମାର୍କେଟ କମ୍ପ୍ଲେକ୍ସ ଏବଂ ତର୍ଲାକୋଟା ମଡେଲ୍ ଅଙ୍ଗନବାଡ଼ି କେନ୍ଦ୍ର ଆଦି ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିବା ସହ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲୋ

ଏଥି ସହିତ ମନ୍ତ୍ରୀ ବାଲିମେଳା ଜଳବିଦ୍ୟୁତ କେନ୍ଦ୍ର (ଓଏଚପିସି ) ବୁଲି ଦେଖିଥିଲୋ ଇଲେକ୍ଟିସିଟି ଉତ୍ପାଦନ ପ୍ଲାଣ୍ଟ ବୁଲି ଦେଖିବା ସହ ଓଏଚପିସି କର୍ପୋରେଟ୍ ସାମାଜିକ ଦାୟିତ୍ୱ ଅଧୀନରେ ହାତକୁ ନେଇଥିବା କାର୍ଯ୍ୟ ସାଧାରଣ ଜନତାଙ୍କ ନିକଟରେ କେତେ ପହଂଚିପାରିଛି ସେ ବାବଦରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲୋ ଆସନ୍ତାକାଲି ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହେବା 

 

Leave A Reply

Your email address will not be published.