କଳାହାଣ୍ଡି /ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ଓଡ଼ିଆ ବାର୍ତା ୱେବ ପୋର୍ଟାଲ ପାଇଁ କାର୍ଯ୍ୟରତ ଜଣେ ସାମ୍ବାଦିକ ହିରଣ୍ୟ ବେହେରା ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ଅଭିଯୋଗ ରେ ଆଜି କୋକସରା ପୋଲିସ ଚାରି ଜଣଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି | ସୂଚନା ଅନୁସାରେ ଗତକାଲି କୁସୁମଖୁଣ୍ଟି ଗ୍ରାମର,ଭୀମ ଲହଜଲ, ପୁସ୍ତମ ଲହଜଲ, କାଳିଆ ଲହଜଲ, ଡ଼ାକେଶ୍ୱର ଲହଜଲ, ଏହି ଚାରିଜଣ ଦଲବଧଃ ଭାବରେ ସାମ୍ବାଦିକ ଜଣକୁ ଆକ୍ରମଣ କରିଥିଲେ l ଏନେଇ ସାମ୍ବାଦିକ ଜଣକ କୋକସରା ଥାନାରେ ଅଭିଯୋଗ କଲା ପରେ ଅଭିଯୁକ୍ତ ମାନଙ୍କୁ ପୋଲିସ ପକ୍ଷରୁ ଜେରା କରି କୋର୍ଟ ଚାଲାଣ କରି କେସ ନଂ 3/21 ରେ ଏକ ମାମଲା ରୁଜୁ ହୋଇ ଥିବା କୋକସରା ଥାନା ଅଧିକାରୀ ବାସୁଦେବ ଛତ୍ରିଆ ସୂଚନା ଦେଇଛନ୍ତି l
Sign in
Sign in
Recover your password.
A password will be e-mailed to you.