ଖୋଲିଲା ମାଁ ସମଲେଶ୍ୱରୀ ମନ୍ଦିର,୯ ମାସପରେ ଭକ୍ତ କରିଲେ ମାଁଙ୍କ ଦର୍ଶନ ।

0

http://www.youtube.com/watch?v=MXV6sVZQGqw 

ରମାକାନ୍ତ ବିଶ୍ବାଳ / ସମ୍ବଲପୁର – ୯ ମାସ ପରେ ଖୋଲିଲା   ସମ୍ବଲପୁର ର ଅଧିଷ୍ଟାତ୍ରି ଦେବୀ  ମାଁ ସମଲେଶ୍ବରୀ ଦେବୀ ଙ୍କ ମନ୍ଦିର । କୋଭିଡ ପାଇଁ ୯ ମାସ ହେଲା ମାଁ ଙ୍କ ମନ୍ଦିର ବନ୍ଦ ଥିବାରୁ ଭକ୍ତ ମାଁ ଙ୍କ ଦର୍ଶନ କରିବାରୁ ବଞ୍ଚିତ ହେଉଥିଲେ । ତେବେ ଆଜିଠାରୁ ମାଁ  ମନ୍ଦିର ଖୋଲିଛି । ପ୍ରଥମ ଦିନରେ କୋଭିଡ ଗାଇଟଲାଇନ ଅନୁସାରେ ମନ୍ଦିର କୁ ଯାଇ ଭକ୍ତ ମାଁ ଙ୍କ ଦର୍ଶନ କରିଥିଲେ ।

ସମ୍ବଲପୁର ର ଅଧିଷ୍ଟାତ୍ରି ଦେବୀ  ମାଁ ସମଲେଶ୍ବରୀ ଦେବୀ ଙ୍କ ମନ୍ଦିର ଖୋଲିଲା  । ୯ ମାସ ବ୍ୟବଧାନ ପରେ ଭକ୍ତ  କଲେ  ମାଁ ଙ୍କ ଦର୍ଶନ । ସମ୍ବଲପୁର ଜିଲ୍ଲା ସମେତ ଓଡିଶାର ସବୁ  ଭକ୍ତ ଙ୍କ ବହୁମାସର  ପ୍ରତିକ୍ଷାର ଅନ୍ତ ଘଟିଲା  । କୋଭିଡ ନିୟମ ପାଲନ ସହ ସ୍ୱତନ୍ତ୍ର ଏସଓପି କୁ ଅନୁସରଣ କରି ଭକ୍ତ ଙ୍କ ପାଇଁ ମନ୍ଦିର ଖୋଲିଛି । ମନ୍ଦିର ରେ ଭକ୍ତଙ୍କ ପ୍ରବେଶ ପାଇଁ ବାରିକେଟ ବ୍ୟବସ୍ଥା କରାଯିବା ସହ ମାସ୍କ ପିନ୍ଧିବା କୁ ବାଧ୍ୟତାମୂଳକ କରାଯାଇଛି । ମନ୍ଦିର ପ୍ରବେଶ ପୁର୍ବରୁ ସମସ୍ତ ଭକ୍ତଙ୍କ ଥର୍ମାଲ ସ୍କିରିନିଙ୍ଗ କରାଯାଉଛି । ତେବେ ଆଜି ଠାରୁ ଆସନ୍ତା ୭ ତାରିଖ ଯାଏ କେବଳ ସମ୍ବଲପୁର ର ଭକ୍ତ ମାଁ ଙ୍କ ଦର୍ଶନ କରିପାରିବେ ।ଏହି ସମୟରେ  ମନ୍ଦିର କୁ ପ୍ରବେଶ ସମୟରେ  ସମ୍ବଲପୁରବାସୀ ଭାବରେ ପରିଚୟ ପତ୍ର ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି । ଏହାପରେ ୮ ତାରିଖରୁ ବାହାରୁ ଆସୁଥିବା ଶ୍ରଦ୍ଧାଳୁମାନେ ମା’ଙ୍କ  ଦର୍ଶନ କରିପାରିବେ ବୋଲି ସୁଚନା ଦିଆଯାଇଛି । 

ମାଁ ଙ୍କ ମନ୍ଦିର ଆଜିଠାରୁ ଖୋଲିଥିଲେ ବି  ଭକ୍ତ ଙ୍କ ପାଇଁ ବହୁତ କଟକଣା  ଯାରି କରାଯାଇଛି । ସଂପ୍ରତି ଭକ୍ତ ଓ ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ଦିପ ,ଫୁଲ, ଧୁପ, ନୈବେଦ୍ୟ ଆଦି ନେଇପାରିବେ ନାହିଁ। କୋଭିଡ କଟକଣା ଯୋଗୁଁ ବେଢ଼ା ଦର୍ଶନ ଏବଂ ମନ୍ଦିରର ଗମ୍ଭୀରା  ପ୍ରବେଶକୁ ନିଷିଦ୍ଧ କରାଯାଇଛି। ଏଥିସହ ପ୍ରତିଦିନ ମନ୍ଦିର କୁ ଆସୁଥିବା  ସମସ୍ତ ଭକ୍ତଙ୍କ ଥର୍ମାଲ ସ୍କିରିନିଙ୍ଗ , ହାତ ସାନିଟାଇଜେସନ କରିବା ସହ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁୁତ୍ବାରୋପ କରାଯାଇଛି। ତେବେ ମନ୍ଦିର ଟ୍ରଷ୍ଟ ବୋର୍ଡ ମଧ୍ୟ ମନ୍ଦିର ପୁଜକ ମାନଙ୍କ ସକାଶେ ମଧ୍ୟ ମାସ୍କ ବାଧ୍ୟତାମଳକ କରାଯାଇଛି  ବୋଲି ସୂଚନା ଦେଇଛନ୍ତ ମା ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ | 

 ମାଁ ସମଲେଶ୍ବରୀ ଙ୍କ ମନ୍ଦିର ଆଜିଠୁ ଖୋଲିବା ସହ ଭକ୍ତ କରିବେ ମାଁ ଙ୍କ ଦର୍ଶନ । ତେବେ କୋଭିଡ ପାଇଁ ମନ୍ଦିର କୁ ସେନେଟାଇଜ କରିବା ପାଇଁ ପ୍ରତି ରବିବାର ମନ୍ଦିର ବନ୍ଦ ରହିବ ବୋଲି ମନ୍ଦିର କମିଟି ପକ୍ଷରୁ  ସୁଚନା  ଦିଆଯାଇଛି ।

     

Leave A Reply

Your email address will not be published.