ନୂଆଦିଲ୍ଲୀ  ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ରେ ସାମିଲ ହେବେ ମହାରାଜା ଶ୍ରୀରାମଚନ୍ଦ୍ର ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ଓ ସ୍ୱେଚ୍ଛାସବୀ 

0

ବାରିପଦା(ଦିଲ୍ଲୀପ ମହାନ୍ତି )- ୨୦୨୧ ଜାନୁଆରୀ ୨୬ ପବିତ୍ର ଗଣତନ୍ତ୍ର ଦିବସ ଉପଲକ୍ଷେ ଦିଲ୍ଲୀଠାରେ ଆୟୋଜିତ ହେବାକୁ ଯାଉଥିବା ସମ୍ମାନଜନକ ପ୍ୟାରେଡ଼ରେ ଭାଗ ନେବା ପାଇଁ ୮ ଜଣ ସ୍ୱେଚ୍ଛାସେବୀମାନଙ୍କ ସହିତ ଜଣେ ଜାତୀୟ କାର୍ଯ୍ୟକ୍ରମ ଅଧିକାରୀ ମନୋନୀତ ହୋଇଛନ୍ତି । ଏଥି ନିମନ୍ତେ ବାରିପଦା ତଖତପୁରସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରୁ ଜାତୀୟ  କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ସ୍ମୃତିରଞ୍ଜନ ଦାସ କଣ୍ଟିଜେଣ୍ଟ ଅଧିକାରୀ ଭାବେ ଏବଂ ଛାତ୍ରମାନଙ୍କ ମଧ୍ୟରୁ ସ୍ୱେଚ୍ଛାସେବୀ ଦୀପକ କୁମାର ଗିରି ମନୋନୀତ ହୋଇଛନ୍ତି । ଭାରତ ସରକାରଙ୍କ କ୍ରୀଡ଼ା ଓ  ଯୁବ ବ୍ୟାପାର ବିଭାଗ ମନ୍ତ୍ରଣାଳୟ ଦ୍ୱାରା ଭୂବନେଶ୍ୱର ସୋଆ ବିଶ୍ୱବିଦ୍ୟାଳୟଠାରେ ଅନୁଷ୍ଠିତ  ପ୍ରସ୍ତୁତି ତାଲିମ କାର୍ଯ୍ୟକ୍ରମରେ ପୂର୍ବାଞ୍ଚଳ ଜୋନରୁ ବିଭିନ୍ନ ଅଧିକାରୀମାନଙ୍କ ସହିତ ଓଡ଼ିଶାରୁ ଏକମାତ୍ର ଅଧିକାରୀ ଭାବେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରୁ ଜାତୀୟ  କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ସ୍ମୃତିରଞ୍ଜନ ଦାସ ଯୋଗ ଦେଇ ବାରିପଦା ତଥା ମୟୂରଭଞ୍ଜ ଜିଲ୍ଲାର ଗୌରବ ବୃଦ୍ଧି କରାଇଥିଲେ । ଦିଲ୍ଲୀଠାରେ ଅନୁଷ୍ଠିତ ପ୍ୟାରେଡ଼ରେ ଯୋଗଦାନ ନିମନ୍ତେ ଶ୍ରୀଦାସ ମନୋନୀତ ହୋଇଥିବାରୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର  କିଶୋର କୁମାର ବସା, କୁଳସଚିବ ସହଦେବ ସମଡିହା, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ଅନୀଲ କୁମାର ବିଶ୍ୱାଳ, ବିଶ୍ୱବିଦ୍ୟାଳୟ ସେବା ଯୋଜନା କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ଉଷା ଶତପଥୀ, ଏନଏସଏସର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ଶୁଭେନ୍ଦୁ ଦାସ,  ପ୍ରମୁଖ ଡ଼ଃଦାସଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି । ଏଥି ସହିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହିଭଳି ସମ୍ମାନଜନକ କାର୍ଯ୍ୟକ୍ରମରେ ଯୋଗଦାନକୁ ନେଇ ମୟୂରଭଞ୍ଜ ଜିଲ୍ଲାର ବୁଦ୍ଧିଜୀବୀ, ଗଣମାଧ୍ୟମର ପ୍ରତିନିଧି ଓ ଶିକ୍ଷାବିତମାନେ ଆନ୍ଦ ପ୍ରକାଶ କରିଛନ୍ତି । 

 

Leave A Reply

Your email address will not be published.