ବୁଗୁଡା : (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବାଲିପଦର, ଅଞ୍ଚଳର ଏକ ବ୍ୟବସାୟ ପେଣ୍ଠସ୍ଥଳୀ ହୋଇଥିବା ବେଳେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ବାଲିପଦର ଶାଖାର ଖୁବ୍ ଗୁରୁତ୍ବ ରହିଛି। ଶହସ୍ରାଧିକ ଗ୍ରାହାକ ଏହି ବ୍ୟାଙ୍କ ଉପରେ ନିର୍ଭର କରୁଥିବା ବେଳେ ଦୈନିକ ଶହ ଶହ ଗ୍ରାହକ ବ୍ୟାଙ୍କକୁ ଆସିଥାନ୍ତି । ଗ୍ରାହକମାନଙ୍କ ସୁବିଧା ଦୃଷ୍ଟିରୁ ସ୍ଥାନିୟ ବଜାର କମ୍ପ୍ଲେକ୍ସ ଠାରେ ଷ୍ଟେଟବ୍ୟାଙ୍କ ପକ୍ଷରୁ ଏକ ନୂତନ ଗ୍ରାହକ ସେବାକେନ୍ଦ୍ରକୁ ଶାଖା ପରିଚାଳକ ସନ୍ତୋଷ କୁମାର ମିଶ୍ର ଉଦ୍ଘାଟନ କରିଛନ୍ତି। ଗ୍ରାହକ ସେବା କେନ୍ଦ୍ରର ସଞ୍ଚାଳକ ସୁଧାଂଶୁ ଶେଖର ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ବାଲିପଦର କଲେଜ ଅଧ୍ୟକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର, କ୍ଷେତ୍ର ପରିଚାଳକ ଦେବେନ୍ଦ୍ର ନାଥ ସାହୁ,ପି.ସନ୍ତୋଷରାଓ ଦୋରା, କୈଳାଶ ଚନ୍ଦ୍ର ପ୍ରଧାନ, ରତ୍ନାକର ମହାରଣା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ନୂତନ ଗ୍ରାହକ ସେବାକେନ୍ଦ୍ରର ସହ ସଂଚାଳିକା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସେବାକେନ୍ଦ୍ର ଗ୍ରାହକ ମାନଙ୍କ ବହୁ ଅଭାବ ପୁରଣ କରିପାରିବ ବୋଲି ଅଞ୍ଚଳବାସୀ ଆଶା କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.