ନୂତନ କାର୍ଯ୍ୟକାରୀ ଏସପି ଭାବରେ ଯୋଗଦାନ କଲେ ବିକାଶ ଦାସ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର  ନୂତନ କାର୍ଯ୍ୟକାରୀ ଏସ ପି ଭାବରେ ଆଜିଠାରୁ କାର୍ଯ୍ୟରେ ଯୋଗଦାନ କଲେ ବିକାଶ ଦାସ। ଝାରସୁଗୁଡ଼ା ଜିଲ୍ଲାର ଏସ ପି ରାହୁଲ ପି ଆର ଯାଜପୁରକୁ ବଦଳି ହେବା ପରେ ଭଦ୍ରକ ଅତିରିକ୍ତ ଏସପିଙ୍କୁ ଝାରସୁଗୁଡ଼ା ଜିଲ୍ଲାର କାର୍ଯ୍ୟକାରୀ ଏସପି ଭାବରେ ନିଯୁକ୍ତ କରାଯାଇଛି। 

ଶୁକ୍ରବାର ନୂତନ ଏସପି ଭାବେ ଦାୟିତ୍ୱ ଗ୍ରହଣ କରି ଶ୍ରୀ ଦାସ ଜିଲ୍ଲାର ସବୁ ଥାନାଧିକାରୀଙ୍କ ସହ ବରିଷ୍ଠ ପଦାଧିକାରୀଙ୍କୁ ସାଧାରଣ ଲୋକଙ୍କ ନିକଟରେ ଉତ୍ତରଦାୟୀ ହେବାକୁ ପରାମର୍ଶ ଦେଇଛନ୍ତି। ଏହାପରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରି ଜିଲ୍ଲାର ଆଇନଶୃଙ୍ଖଳା ଦାୟିତ୍ୱକୁ ସୂଚାର ରୂପେ ପରିଚାଳନା ସହ ଏକ ଟିମ୍ ଭଳି ସମସ୍ତେ ନିଜର ଦାୟିତ୍ୱ ସମ୍ପାଦନ କରିବା ଉପରେ ଧ୍ୟାନ ଦେବେ ବୋଲି କହିଛନ୍ତି। ଜିଲ୍ଲାର ଟ୍ରାଫିକ ସମସ୍ୟା ସମାଧାନ ପାଇଁ ସେ ସାଧାରଣ ଜନତାଙ୍କ ସହଯୋଗ କାମନା କରିଛନ୍ତି।

Leave A Reply

Your email address will not be published.