ବିଜେଡ଼ି ରେ ସାମିଲ ହେଲେ ଶତାଧିକ ଯୁବକ ଓ ଛାତ୍ର I   

0

ସମ୍ବଲପୁର(ରମାକାନ୍ତ ବିଶ୍ବାଳ) –  ଯୁବ ବିଜେଡ଼ି ପୂର୍ବତନ କାର୍ଯ୍ୟକାରୀ ସଭାପତି ସଂଜିତ ମହାନ୍ତିଙ୍କ ଉପସ୍ଥିତିରେ  ଶତାଧିକ ଯୁବ ଛାତ୍ର  ବିଜେଡ଼ିରେ ସାମିଲ ହୋଇଛନ୍ତି। ବୁଧବାର ଅନୁଷ୍ଠିତ ସ୍ବାଗତ ସମାରୋହରେ ରାଜେଶ୍ ଚଇନୀଙ୍କ ନେତୃତ୍ୱ ରେ ଯୁବ ଛାତ୍ର ସାମିଲ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଅନୁଜ ଜେନା ସଭା ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବରେ ସଂଜିତ ମହାନ୍ତି, ଜିଲ୍ଲା ଯୁବ ସଭାପତି ଲକ୍ଷ୍ମୀ ମହାପାତ୍ର, ହିଣ୍ଡାଲୋକ ଶ୍ରମିକ ସଂଗଠନ ସଭାପତି ମହମ୍ମଦ ମୁର୍ତୁଜା, ଜିଲ୍ଲା ସମ୍ପାଦକ ମଞ୍ଜୁ ଓରାମ, ଯୁବ ନେତା ପ୍ରବୀଣ ବେହେରା, ଯୁବ ବିକାଶ ପରିଷଦ ସଭାପତି ବିକାଶ ସାହୁ, ଜି ଏମ୍ ବିଶ୍ଵବିଦ୍ୟାଳୟ ପୂର୍ବତନ ଉପ ସଭାପତି  ପ୍ରକାଶ ଡାଙ୍ଗ, ଛାତ୍ର ବିଜେଡ଼ି ଜୋନ ଉପ ସଭାପତି ଦେବ ଜ୍ୟୋତି ପଟ୍ଟନାୟକ, ଛାତ୍ର ବିଜେଡ଼ି ଜିଲ୍ଲା ସମ୍ପାଦକ ଚୁମନ ପ୍ରଧାନ, ଛାତ୍ର ନେତା ଆକାଶ ଦେବତା, ଦୀପକ୍ ବେହେରା, ମହେଶ ଗର୍ଡିଆ, ଉତ୍ତମ ବାଘ, ସହଦେବ ଓରାମ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବଲପୁର ଜିଲ୍ଲାର ବିଜୁ ଜନତା ଦଳ ସଂଗଠନକୁ ଆହୁରି ସୁଦୃଢ କରିବା ଦିଗରେ ନୂତନ ଭାବେ ଯୋଗଦାନ କରିଥିବା ଯୁବ ଛାତ୍ର ମାନେ ଶପଥ ନେଇଥିଲେ I

Leave A Reply

Your email address will not be published.