ବର୍ଷ ଶେଷରେ ଇଚ୍ଛାପାଳରେ ସ୍ୱାସ୍ଥ୍ୟ ଶିବିର-: ୯୦ ରୋଗୀଙ୍କୁ ମାଗଣା ଔଷଧ ବଣ୍ଟନ।

0

ସମ୍ବଲପୁର ,   (ରମାକାନ୍ତ ବିଶ୍ବାଳ):ବର୍ଷର ଅନ୍ତିମ ଦିବସରେ ଇଚ୍ଛାପାଳ ଠାରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ବିଭିନ୍ନ ରୋଗରେ ଆକ୍ରାନ୍ତ ୯୦ ଜଣଙ୍କୁ ନିଶୁକ୍ଲ ଚିକିତ୍ସା କରାଯାଇ ମାଗଣା ଔଷଧ ବଣ୍ଟନ କରାଯାଇଥିଲା ।

 ହାତୀବାରି ସ୍ଥିତ ବାଏଫ ପକ୍ଷରୁ ଏହି ଶିବିର ବୀରସିଙ୍ଗଗଡ ପଞ୍ଚାୟତର ଇଚ୍ଛାପାଳ ଠାରେ ଜିଡିପିଓ ସ୍ମିତାରାଣୀ ପଟ୍ଟନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା। ଆୟୁଷ ଡାକ୍ତର ରାଜାରାମ ଷଡଙ୍ଗୀ ରୋଗୀଙ୍କ ଚିକିତ୍ସା କରି ଆବଶ୍ୟକ ପରାମର୍ଶ ଦେଇଥିଲେ ।ମହାନଦୀ କୋଲ୍ଡ ଫିଲ୍ଡ (ଏମସିଏଲ) ସହାୟତାରେ ଆୟୋଜିତ ଶିବିରକୁ ସିଆରପି କୈଳାଶ ଚନ୍ଦ୍ର ସେଠ,ରାଜୀନ ମୁଣ୍ଡା ଓ ରବି ଭୋଇ ସହଯୋଗ କରିଥିଲେ।

Leave A Reply

Your email address will not be published.