ଗଛରେ ଗାମୁଛା ଲଗାଇ ପ୍ରେମୀ ଯୁଗଳଙ୍କ  ଆତ୍ମହତ୍ୟା ।

0

ମାଲକାନଗିରି (ବି ଶ୍ରୀନିବାସ ପାତ୍ର): ଜିଲ୍ଲା ସଦର ମହକୁମା ରେ ଦେଖିବାକୁ ମିଳିଛି ଏକ ହୃଦ ବିଦାରକ ଘଟଣା । ମାଲକାନଗିରି ଜବରଦସ୍ତ କଲୋନୀର  ଶିବମନ୍ଦିର ନକଟରେ ଥିବା ଏକ ବରଗଛରୁ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

ଉଭୟଙ୍କ ମୃତଦେହ ବର ଗଛରେ   ବେକରେ ଗାମୁଛା ରେ ବନ୍ଧା ହୋଇଥିବା ବେଳେ ଉଭୟ ପ୍ରେମୀ ଯୁଗଳ ବୋଲି ଅନୁମାନ କରାଯାଉଛି। ଝିଅଟିର ମୁଣ୍ଡରେ ସିନ୍ଦୁର ଲାଗିଥିବା ଜଣାପଡିଛି। ସକାଳୁ ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ।

ମୃତକ ଯୁବତୀ ସ୍ଥାନୀୟ ଅଞ୍ଚଳର ସରିତା ସରକାର ଓ ଯୁବକ ଏମ୍ଭି ୯ ଗାଁର ଭିକି ସିକଦାର ବୋଲି ଜଣାପଡିଛି । ଉଭୟ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ମନ୍ଦିରରେ ପ୍ରେମ ବିବାହ କରିବା ପରେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରି ନ ଥିବା ବେଳେ ପୁଅ ଓ ଝିଅ ପରିବାର କ୍ରନ୍ଦନରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହେଇଥିଲା । ଘଟଣା ସ୍ଥଳରେ ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରାମ ପ୍ରସାଦ ନାଗ ପହଁଚି ଶବ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି। 

 

Leave A Reply

Your email address will not be published.