ଭଞ୍ଜନଗର / ବେଲଗୁଣ୍ଠା ( ନିଲୁ ବିଷୋୟୀ ) – ବହୁ ପ୍ରତୀକ୍ଷିତ ବେଲଗୁଣ୍ଠା ଥାନାର ଶୁଭ ଉଦ୍ଘାଟନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡିଓ କରଫରେନ୍ସି ମାଧ୍ୟମରେ ହୋଇଯାଇଅଛି । ଆଜିର କାର୍ଯ୍ୟକ୍ରମରେ ଓଡ଼ିଶାର ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଗଞ୍ଜାମ ଏସ୍ ପି ବ୍ରିଜେଶ ରାୟ,ସାଂସଦ ପ୍ରମିଳା ବିଷୋୟୀ, ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ,ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ,ଏ.ଏସ୍.ପି ବିଜୟ କୁମାର ମଲ୍ଲିକ, ଭଞ୍ଜନଗର ଏସ.ଡି.ପି.ଓ ଶୁଭ୍ରାଂଶୁ ଶେଖର ମିଶ୍ର, ବିଡ଼ିଓ ଶଶୀଭୂଷଣ ମହାପାତ୍ର,ତହସିଲଦାର ସରୋଜ କୁମାର ବେହେରା, କାର୍ଯ୍ୟ ନୀର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ । ସଂଧ୍ୟା ୫ ଘଣ୍ଟା ସମୟରେ ଭିଡିଓ କରଫରେନ୍ସି ଦ୍ୱାରା ମୁଖ୍ୟମନ୍ତ୍ରୀ ବେଲଗୁଣ୍ଠା ରେ ନୂତନ ଥାନାର ଉଦଘାଟନ କରିଥିଲେ ।ଏହି ଅବସରରେ ବେଲଗୁଣ୍ଠା ଫାଣ୍ଡିକୁ ଥାନାରେ ପରିଣତ କରିବା ପାଇଁ ବହୁ ଦିନର ପ୍ରତୀକ୍ଷାର ଆଜି ଅନ୍ତ ହୋଇଛି ବୋଲି ମତପ୍ରକାଶ ପାଇଥିଲା । ଦୀର୍ଘ ୫୮ ବର୍ଷ ପରେ ବେଲଗୁଣ୍ଠା ଫାଣ୍ଡି ଥାନାରେ ପରିଣତ ହେଇଥିବାରୁ ଅଞ୍ଚଳ ବାସୀ ଖୁସି ବ୍ୟକ୍ତ କରିଥିଲେ । ବେଲଗୁଣ୍ଠା ଆଖପାଖ ଅଞ୍ଚଳର ବହୁ ଗ୍ରାମ ବୁଗୁଡା,ଜଗନ୍ନାଥ ପ୍ରସାଦ ଓ ଭଞ୍ଜନଗର ଥାନା ଅନ୍ତର୍ଗତ ହେଉଥିବା ପରେ ଆଜି ବେଲଗୁଣ୍ଠା ଥାନା ହେବା ପରେ ୨୩ଟି ରାଜସ୍ବ ଗ୍ରାମ ବେଲଗୁଣ୍ଠା ଥାନା ଅନ୍ତର୍ଗତ ହୋଇଛି ବୋଲି କହିବା ସହ ଏହି ଅଞ୍ଚଳର ଆଇନଶୃଙ୍ଖଳା ପରିସ୍ଥିତି ଓ ଜନସାଧାରଣଙ୍କ ସେବା ପାଇଁ ବେଲଗୁଣ୍ଠା ପୋଲିସ ସର୍ବଦା ପ୍ରସ୍ତୁତ ଏବଂ ଯେଉଁ ସବୁ ମାମଲା ପାଇଁ ବେଲଗୁଣ୍ଠା ବାସୀ ଭଞ୍ଜନଗର ଥାନା ଉପରେ ନୀର୍ଭର କରୁଥିଲେ ତାହା ଏବେ ବେଲଗୁଣ୍ଠା ଥାନାରେ ହୋଇପାରିବ ବୋଲି ଏସ୍.ପି ବ୍ରିଜେଶ ରାୟ ପ୍ରକାଶ କରିଥିଲେ ।ବେଲଗୁଣ୍ଠା ପୂର୍ବତନ ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଥାନାଧିକାରୀ ସୁଦୀପ୍ତ କୁମାର ସାହୁ,ଗାଙ୍ଗପୁର ଥାନାଧିକାରୀ ଧିରେଶ କୁମାର ଦାସ, ବୁଗୁଡା ଥାନାଧିକାରୀ ଚିତ୍ତରଞ୍ଜନ ବେହେରା,ତାରସିଂ ଥାନାଧିକାରୀ ସବ୍ୟସାଚୀ ମଲ୍ଲ,ଜଗନ୍ନାଥ ପ୍ରସାଦ ଥାନାଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ,ବାଲିପଦର ଫାଣ୍ଡି ଅଧିକାରୀ ନିରଞ୍ଜନ ଦାସ,ବହୁ ସରପଞ୍ଚ, ରାଜନେତା, ଜନପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ବେଲଗୁଣ୍ଠା ଅଞ୍ଚଳରେ ଆଇନଶୃଙ୍ଖଳା ପାଇଁ ଏହି ଥାନା ପ୍ରତିଷ୍ଠା ଏକ ମାଇଲଖୁଣ୍ଟ ହେବ ବୋଲି ଚର୍ଚ୍ଚା ହେଉଛି ।
Sign in
Sign in
Recover your password.
A password will be e-mailed to you.