ଅଫେରା ରାଇଜରେ “ଅଭୁଲା ସ୍ୱର” ସ୍ରଷ୍ଟା 

0

ଆଉ ନାହାନ୍ତି ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର 

ଭୁବନେଶ୍ୱର: ବିଶିଷ୍ଟ ଓଡିଆ ସଂଗୀତ ନିର୍ଦ୍ଦେଶକ ଓ ଜଣାଶୁଣା ଭୂତତ୍ତ୍ଵବିତ ଶାନ୍ତନୁ ମହାପାତ୍ର ଆଉ ନାହାନ୍ତି |  ବୁଧବାର ଏକ ଘରୋଇ ଡାକ୍ତରଖାନାରେ ଏହି ମହାନ ସଂଗୀତ ସ୍ରଷ୍ଟାଙ୍କ ଦେହାନ୍ତ ହୋଇଛି। ତାଙ୍କୁ  82 ବର୍ଷ ହୋଇଥିଲା | ନିମୋନିଆ ଏବଂ କିଡନୀ ରୋଗ ସହ ଦୀର୍ଘ ଦିନର ଯୁଦ୍ଧରେ ଶେଷରେ ଗତକାଲି ମଧ୍ୟରାତ୍ରରେ ଶ୍ରୀ ମହାପାତ୍ର ହାରିଗଲେ ତାଙ୍କ ପୁତ୍ର କୌଶିକ ମହାପାତ୍ର ସୂଚନା ଦେଇଛନ୍ତି। ଓଡିଶାର ଜଣେ ବହୁମୁଖି ପ୍ରତିଭାବାନ ବ୍ୟକ୍ତିତ୍ୱ ଶ୍ରୀ ମହାପାତ୍ର ପ୍ରାୟ ୬୦  ବର୍ଷ ଧରି ଓଡିଆ ସଙ୍ଗୀତ ଶିଳ୍ପ ସହିତ ଜଡିତ ଥିଲେ। ସେ ସୂର୍ଯ୍ୟମୂଖୀ, ଅରୁନ୍ଧତୀ, ଚିଲିକା ତୀରେ ଏବଂ ଡୋରା ସମେତ ଅନେକ ଲୋକପ୍ରିୟ  ଓଡିଆ ଚଳଚ୍ଚିତ୍ରରେ ଅନେକ ହୃଦୟସ୍ପର୍ଶୀ ଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

ଶ୍ରୀ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ଵ୍ୟକ୍ତ କରିଛନ୍ତି | ସେ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିବା ସହ  ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯେ “ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖିତ। ସ୍ୱତନ୍ତ୍ର ସଙ୍ଗୀତ ସଂଯୋଜନା ଶୈଳୀ ମାଧ୍ୟମରେ ଚିଲିକା ତୀରେ,ଅଗ୍ନିପରୀକ୍ଷା ଓ ମେଘମୁକ୍ତି ଆଦି ଚଳଚ୍ଚିତ୍ରରେ ସେ ଛାଡି ଯାଇଥିବା ଛାପ ସର୍ବଦା ସ୍ମରଣୀୟ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି।” 

 

 

Leave A Reply

Your email address will not be published.