କୋରୋନା ଯୋଦ୍ଧାଙ୍କ ଦରଦ କାହାଣୀ। 

0 1

ଦରକାର ବେଳେ ଖୋଜା ହେଲେ, କାମ ସରିଲା ବେଳେ ଅଲୋଡ଼ା। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମଣର ଭୟ କମି ଚାଲିଛି। ମାତ୍ର କୋରୋନା ଯୋଗୁଁ ଲୋଡ଼ା ହୋଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ବର୍ତ୍ତମାନ ବିଷମ ପରିସ୍ଥିତି ସୃଷ୍ଟି ହେଲାଣି। ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ପ୍ରାୟ ୧୨୬ ଜଣ ସ୍ବାସ୍ଥ୍ୟକର୍ମୀଙ୍କ ଜୀବିକା ସଂକଟରେ। ସେମାନଙ୍କୁ ଛଟେଇ କରିବାକୁ ଅଣ୍ଟା ଭିଡ଼ିଲେଣି ବିଭାଗ। 

ମିଳିଥିବା ସୂଚନା ଅନୁଯାୟୀ, କୋରୋନା ସମୟରେ ପ୍ରାୟ ୧୨୬ ଜଣଙ୍କୁ ଜରୁରୀକାଳୀନ ଭିତ୍ତିରେ ବିଭିନ୍ନ ପଦରେ ନିଯୁକ୍ତି ଦିଆଯାଇଥିଲା। ସରକାର ଅବଶ୍ୟ ଏମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାର କୌଣସି ପ୍ରତିଶ୍ରୁତି ଦେଇ ନଥିଲେ। ମାତ୍ର ଏମାନେ ଆଶା ବାନ୍ଧି ରହିଥିଲେ ଯେ ଯେହେତୁ ସଂକଟ ବେଳରେ ଏମାନେ ନିଜ ଜୀବନକୁ ପାଣି ଛଡ଼ାଇ ସେବା ଯୋଗାଇ ଥିବାରୁ ସରକାର ଏମାନଙ୍କ ପ୍ରତି ନିଶ୍ଚୟ ସଦୟ ହେବେ। କମ ଦରମା ହେଲେ ମଧ୍ୟ ସରକାରୀ ଚାକିରିଟିଏ ରହିବ। ଅନେକ ପଦ ଯେହେତୁ ଶୂନ୍ୟ ରହିଛି, ତେଣୁ ଏମାନଙ୍କୁ ନିଯୁକ୍ତି ମିଳିବ। ମାତ୍ର ବର୍ତ୍ତମାନ ବିଭାଗ କେବଳ ୨୫ ଶତକଡ଼ା କର୍ମଚାରୀଙ୍କୁ ରଖି ଅନ୍ୟମାନଙ୍କୁ ନ ରଖିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହାଫଳରେ ଏମାନେ ପୁଣି ବେରୋଜଗାର ହୋଇଯିବେ। ତେଣୁ ଆଜି ଛଟେଇ ହୋଇଥିବା ସ୍ବାସ୍ଥ୍ୟକର୍ମୀମାନେ ଜିଲ୍ଲାପାଳଙ୍କୁ ସେମାନଙ୍କ ଚାକିରି ଅବଧି ବଢ଼ାଇବା ପାଇଁ ବା ସେମାନଙ୍କୁ କମ ଦରମାରେ ହେଲେ ମଧ୍ୟ ଥଇଥାନ କରିବା ପାଇଁ ଏକ ଦାବିପତ୍ର ଦେଇଛନ୍ତି। 

ଦେଖାଯାଉ, ଅସଲ ସମୟରେ ନିଜର ସେବା ଯୋଗାଇଥିବା ଏହି କୋରୋନା ଯୋଦ୍ଧାଙ୍କ ପ୍ରତି କିପରି ମନୋଭାବ ପୋଷଣ କରୁଛନ୍ତି।

Leave A Reply

Your email address will not be published.