ମିଶନ ଆଶ୍ରା ଅଫ୍ ପିପୁଲ୍ସ ଫୋରମ’ ଦ୍ବାରା ରକ୍ତଦାନ ଶିବିର। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ାର ଏଚ୍. କଟାପାଲିସ୍ଥିତ “ମିଶନ ଆଶ୍ରାର” ୩୦ତମ ପ୍ରତିଷ୍ଠା ଦିବସରେ ଆଜି ଏକ ବଡ଼ଧରଣର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସାମଲ। 

ସୂଚନା ଅନୁଯାୟୀ,ଆଜିର ଏହି ଶିବିରରେ ୧୨୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ମିଶନ ଆଶ୍ରାର ସମସ୍ତ କର୍ମୀ ଓ ଅନ୍ନପୂର୍ଣ୍ଣା ଫାଇନାନ୍ସ ପ୍ରାଇଭେଟ ଲିମିଟେଡର କାର୍ଯ୍ୟକର୍ତ୍ତାମାନେ  ଆଜି ରକ୍ତଦାନ କରିଥିଲେ। ଜିଲ୍ଲାପାଳ ସମସ୍ତ ରକ୍ତଦାତାଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହାବ୍ୟତୀତ ସେ ମିଶନ ଆଶ୍ରାରେ ରହୁଥିବା ଅନ୍ତେବାସୀ ଓ କର୍ମଚାରୀମାନଙ୍କ ସହ ଅନ୍ତେବାସୀଙ୍କ ଭଲମନ୍ଦ ପଚାରି ବୁଝିଥିଲେ। ମିଶନର ସମସ୍ତ କର୍ମଚାରୀ ଓ ଅନ୍ତେବାସୀ କ୍ରିସମସ ପର୍ବ ମଧ୍ୟ ହର୍ଷୋଲ୍ଲାସରେ ପାଳନ କରିଥିଲେ। ବର୍ତ୍ତମାନ ଏଠାରେ ୧୩୨ ଜଣ ଅନ୍ତେବାସୀ ରହୁଥିବା ଜଣାପଡ଼ିଛି।

Leave A Reply

Your email address will not be published.