ସନ୍ଦେହ ଘେରରେ ବିଚାରଧୀନ ନକ୍ସଲର ମୃତ୍ୟୁ :  ହତ୍ୟା ନା ଆତ୍ମହତ୍ୟା ?

0

ଯାହା ବି ହେଉ, ଜେଲ ଭିତରେ ହେଲା କେମିତି !!!!!

ମାଲକାନଗିରି (ବି ଶ୍ରୀନିବାସ ପାତ୍ର)ମାଲକାନଗିରି ଉପ କାରାଗାରରେ ଜଣେ ବିଚାରଧୀନ ନକ୍ସଲର ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ। ବିଚାରଧୀନ ନକ୍ସଲ ନିଜେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେନେଇ ଉଠିଛି ପ୍ରଶ୍ନ।ଗତ ୨ ମାସ ତଳେ ନକ୍ସଲ କେଶରେ ମାଲକାନଗିରି ପୁଲିସ ଗିରଫ କରି ଜେଲ ପଠାଇଥିଲେ।ମୃତ ନକ୍ସଲର ନାମ ଦନୁ ଗୋଲରୀ।ସ୍ୱଭିମାନ ଅଂଚଳର ଖଜୁରୀଗୁଡା ଗ୍ରାମର ସୁରେନ୍ଦ୍ର ଗୋଲରୀଙ୍କ ପୁଅ ବୋଲି ଜଣାପଡିଛି।ତେବେ ଦାନୁ ଗୋଲରୀକୁ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ତାଙ୍କର ବେକକୁ କଟାଯାଇଛି।ବେକରେ ବିରାଟ ବଡ଼ କ୍ଷତ ସୃଷ୍ଟି ହୋଇଛି।ଏହି ଘଟଣା ଗତକାଲି ସନ୍ଧ୍ୟାରେ ଘଟିଛି।ଆଜି ମାଲକାନଗିରି ମେଡିକାଲରେ ଚିକିଚ୍ଛାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି।ତେବେ ଗତ ଏକ ମାସରେ ଦୁଇଜଣ ବିଚାରଧୀନ କଏଦୀ ସମେତ 3 ଜଣକର ମୃତ୍ୟୁ ହୋଇସାରିଲାଣି।ଜେଲେରଙ୍କ ଖାମଖିଆଲ ମନୋନଭାଵ ଏବଂ ପରିଚାଳନାରେ ଅଭିଜ୍ଞତା ନଥିବା ଭଳି ଜଣାପଡ଼ୁଛି।ଜେଲରଙ୍କ ଅବହେଳା ଯୋଗୁଁ ହିଁ ଏଭଳି ଘଟଣା ଘଟୁଥିବା ଅଭିଯୋଗ ହୋଇଛି।ତେବେ ପରିବାର ଲୋକଙ୍କୁ ଗତ କାଲି ନଜଣାଇ ଆଜି ମୃତ୍ୟୁ ପରେ ଖବର ଦେଇଥିବାରୁ ପରିବାର ଲୋକଙ୍କ ମଧ୍ୟରେ ଉତେଜନା ଦେଖାଦେଇଛି।ତୁରନ୍ତ ଜେଲରକୁ ହଟାଇବା ନେଇ ଦାବି ହୋଇଛି।  

Leave A Reply

Your email address will not be published.