ବୁଗୁଡା,: (ଡ଼ଃ. କୁମୁଦ ଚନ୍ଦ୍ର ବେହେରା ) ଗଞ୍ଜାମ ଜିଲ୍ଲା, ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡା ବ୍ଲକ ଗୋଲିଆ ଗ୍ରାମ ପଞ୍ଚାୟତର ଶତାଧିକ ପରିବାର ବିଜେପିରୁ ସମର୍ଥନ ପ୍ରତ୍ୟାହାର କରି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ଡିସେମ୍ବର ୨୬ ତାରିଖ ଦିନ ପୋଲସରା ଠାରେ ଅନୁଷ୍ଠିତ ବିଜେଡି ପ୍ରତିଷ୍ଠା ଦିବସରେ ଗୋଲିଆ ସରପଞ୍ଚଙ୍କ ପ୍ରତିନିଧି ମାନସ ରଞ୍ଜନ ପ୍ରଧାନଙ୍କ ନେତୃତ୍ୱକୁ ସମର୍ଥନ କରି ଏବଂ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଜନ ସମ୍ପର୍କ ଓ ଜନହିତକର କାର୍ଯ୍ୟରେ ଆକୃଷ୍ଟ ହୋଇ ଦଣ୍ଡପାଣି ସ୍ୱାଇଁ, ବସନ୍ତ ସାହୁ, କୁନା ସାହୁ, ଅମୂଲ୍ୟ ନାହାକ, ବିଟୁ, ଜାଗା, ପବିତ୍ର, ସିପୁ ପ୍ରମୁଖଙ୍କ ଶତାଧିକ ପରିବାର ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ଏହି ମିଶ୍ରଣ କାର୍ଯ୍ୟକ୍ରମ ବେଳେ ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ବୁଗୁଡା ନଗର ସଭାପତି ରାଜେନ୍ଦ୍ର କୁମାର ପାଢୀ, ବୁଗୁଡା ବ୍ଲକ ଅଧ୍ୟକ୍ଷା ମାମି ସେନାପତି, ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁ, ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ୱରୀ ଖଟେଇ, ଜିଲ୍ଲା ପରିଷଦ ସଦସ୍ୟ ରେବତୀ ମୋହନ ନାୟକ ପ୍ରମୁଖଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ, ବିଜେଡି କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post