ଭଟଲି ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ

0

ବରଗଡ :- ବିଜୁ ଜନତା ଦଳର 24ତମ ପ୍ରତିଷ୍ଠା ଦିବସ ରାଜ୍ୟ ସରକାରଙ୍କର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କର ଉପସ୍ଥିତ ରେ ଆଜି ଭଟଲି ନିର୍ବାଚନ ମଣ୍ଡଳୀର ଅମ୍ବାଭନା ଠାରେ ପାଳିତ ହୋଇ ଯାଇଛି । ପ୍ରଥମେ  ମାନ୍ୟବର ମନ୍ତ୍ରୀ ଓ ଉପସ୍ଥିତ ଦଳୀୟ ପଦାଧିକାରୀ ମାନେ । ପ୍ରବାଦ ପୁରୁଷ ଶ୍ରୀ ବିଜୁ ପଟ୍ଟନାୟକ ଙ୍କର ଫୋଟୋ ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରାଯିବା ପରେ ମାଲ୍ୟାର୍ପଣ କରାଯାଇଥିଲା । ଏହାପରେ ମାନ୍ୟବର ମନ୍ତ୍ରୀ  ଓ ଅନ୍ୟମାନେ ଉପସ୍ଥିତ କର୍ମୀ ମାନଙ୍କୁ ସଂଵୋଧନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା ନୀଳକୁମାରୀ ନାୟକ , ବ୍ଲକ ସଭାପତି ରଘୁନାଥ ପଟେଲ , ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଲକ୍ଷ୍ମଣ ବାରିକ ବରିଷ୍ଠ ନେତା କୀର୍ତି ଉତ୍ତମ , ହୀରାଲାଲ ସାହୁ ପ୍ରମୁଖ ଉଦବୋଧନ ଦେଇଥିଲେ । 

     ସେହିଭଳି ନିର୍ବାଚନ ମଣ୍ଡଳୀର  ସୋହେଲା ଠାରେ ଆୟୋଜିତ ୨୪ ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଉତ୍ସବରେ ମନ୍ତ୍ରୀ ଯୋଗଦାନ କରିଥିଲେ ଓ କର୍ମୀ ମାନଙ୍କୁ ଉଦବୋଧନ ଦେଇଥିଲେ ।  ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ସୋହେଲା ବ୍ଲକ ଅଧ୍ୟକ୍ଷ ଜୀବର୍ଧନ ବରିହା,ଭଟଲି ବ୍ଲକ ଅଧକ୍ଷ୍ୟା ଶ୍ରୀମତୀ ପ୍ରେମାବତୀ ସା,ସରପଞ୍ଚ ଶ୍ରୀମତୀ ଅନୁପମା ଭୋଇ,ଭଟଲି ବ୍ଲକ ସଭାପତି ଗୋବିନ୍ଦ ପଧାନ,ଜିଲା ପରିଷଦ ସଭ୍ୟ ନିତ୍ୟାନନ୍ଦ ପଧାନ,କାର୍ତିକ ବାରିକ,ଗଣତନ୍ତ୍ର ପଧାନ,ଦେବେନ୍ଦ୍ର ପାତ୍ର, ଜିଲା ପରିଷଦ ସଭ୍ୟ ଦୟାନିଧି ପଟେଲ ଓ ସୁବ୍ରତ ବେହେରା,ସୋହେଲା ବ୍ଲକ ଉପାଧ୍ୟକ୍ଷା ଶ୍ରୀ ମତୀ ହିମାଲୟା ସାହୁ ପ୍ରମୁଖ ଉପସ୍ଥିତ ରହି କର୍ମୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଆଜିକାର ଏହି ଶୁଭ ଅବସରରେ ମାନ୍ୟବର ମନ୍ତ୍ରୀ ଅମ୍ବାଭନା ଓ ସୋହେଲା କାର୍ଯକ୍ରମ ଉପସ୍ଥିତ ସମସ୍ତ ଦଳୀୟ ପଦାଧିକାରୀ ଓ କର୍ମୀ ମାନଙ୍କୁ   ଆନ୍ତରିକ ଅଭିନନ୍ଦନ, ଶୁଭେଚ୍ଛା ଜଣାଇଛନ୍ତି ।

 

Leave A Reply

Your email address will not be published.