ବଡ ଦିନ ଉପଲକ୍ଷେ ରକ୍ତ ଦାନ ଶିବିର

0

ରେଢାଖୋଲ ସ୍ୱତନ୍ତ୍ର ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ :- ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଵଂଶାଜାଲ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ବଡ଼ଦିନ ଉତ୍ସବ ଉପଲକ୍ଷେ ରେଢ଼ାଖୋଲ ଚାଇଲଡଲାଇନ,ସନ୍ଥ କବି ଭୀମ ଭୋଇ ସ୍ବେଛାସେବୀ ସଂଗଠନ ଏବଂ ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଶ୍ରୀଯୁକ୍ତ ସଂଜୟ ସାଗରଙ୍କ ଅଧ୍ୟକ୍ଷ୍ୟତାରେ ଅନୁଷ୍ଠିତ ହୋଇ ଯାଇଛି,ଏହି ଶିବିର ରେ ଵଂଶାଜାଲ ସେବା ସମବାୟ ସମିତିର ସଭାପତି ଶ୍ରୀଯୁକ୍ତ ଲକ୍ଷ୍ମଣ ପ୍ରଧାନ ମୁଖ୍ୟ ଅତିଥି,ଆନନ୍ଦ ସାମଲ ସୂଚନା କର୍ମୀ ଓ ଆଇନଜୀବୀ, ଗୋବିନ୍ଦ ଅଗ୍ରୱାଲ ସମାଜସେବୀ,ପଦ୍ମଲୋଚନ ବେଣ୍ଟକାର ଚାରମାଳ ଥାନା  ପୋଲିସ ଏ.ଏସ.ଆଇ, ଅମରେଶ ପ୍ରଧାନ ଯୁବ ସମାଜସେବୀ, ଖିରାବ୍ଧି ସାହୁ, ପି. ଇ ଓ, ଵଂଶାଜାଲ, ରାମକୁମାର ପ୍ରଧାନ ବରିଷ୍ଠ ନାଗରିକ, ଅନ୍ତର୍ଯ୍ୟାମୀ ପ୍ରଧାନ  ଆବାହକ ସନ୍ଥ କବି ଭୀମ ଭୋଇ ସ୍ବେଛାସେବୀ ସଂଗଠନ,ଛବିନ ବାରିକ ସଭାପତି ଵଂଶାଜାଲ ଶାଖା,ଲିଲୁ ପ୍ରଧାନ ସଭାପତି ଗରଗଡ଼ବାହାଲ ଶାଖା ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ l ଚାଇଲଡଲାଇନର ପୁରୁଷୋତ୍ତମ ଭୋଇ ପ୍ରଥମେ ଅତିଥି ପରିଚୟ ଦେଇଥିଲେ l ମୁଖ୍ୟ ଅତିଥି ଓ ଅତିଥି ମାନେ ଦ୍ୱୀପ ପ୍ରଜ୍ବଳନ କରି ଭୀମ ଭୋଇଙ୍କ ଫୋଟୋ ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ l 20ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ରେଢ଼ାଖୋଲ ବ୍ଲଡ଼ ବ୍ୟାଙ୍କ ର ଟେକନିସିଆନ ଇନ୍ଦ୍ରମଣି ବେହେରା, ଯାମିନୀ ସାହୁ, ମନରୋମା ଧଳ,ତ୍ରିପୁରାରି ଗଡ଼ତିଆ ରକ୍ତ ସଂଗ୍ରହ କରିଥିଲେ l ଚାଇଲଡଲାଇନ ଭୋଲେନଟିଅର ଲଖିଆ ପଧାନ, ନେହେରୁ ଯୁବ କେନ୍ଦ୍ର ସ୍ବେଛାସେବୀ ସତ୍ୟାନନ୍ଦ ସାହୁ,ସ୍ବେଛାସେବୀ ପ୍ରମୋଦ ମାଝୀ,ଯଜ୍ଞସ୍ୱର ବିଶ୍ୱାଳ, କୁନା ପ୍ରଧାନ, ପ୍ରଦୀପ ପାଣ୍ଡେ ପ୍ରମୁଖ ମୁଖ୍ୟ ସହଯୋଗ କରିଥିଲେ l ଶେଷରେ ଚାଇଲଡଲାଇନ ସଦସ୍ୟା ଜ୍ୟୋସ୍ନା ନାଏକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.