ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ଗାଇସେଲେଟ ଅଙ୍ଗ ଡ଼େମ ଖୋଲା ପଡ଼ିଆରେ ଓଡ଼ିଶା ଜର୍ଣ୍ଣାଲିଷ୍ଟ ୟୁନିଅନ ବରଗଡ଼ ଜିଲ୍ଲା ଶାଖାର ନୁତନ କର୍ମକର୍ତ୍ତା ଚୟନ ଓ ଦ୍ୱିବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ରବିନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରରେ ସଭାକାର୍ଯ୍ୟ ପରିଚାଳିତ ହେବା ସହିତ ବିଗତ ବର୍ଷରେ ହାତକୁ ନେଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାପନ କରିଥିଲେ। ସାଧାରଣ ସଂପାଦକ ଯୁଧିଷ୍ଠିର ମହାପାତ୍ର ସ୍ୱାଗତ ଦେବା ସହ ନୁତନ ଦ୍ୱି-ବାର୍ଷିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ନିମନ୍ତେ ପ୍ରସ୍ତାବ ଉପସ୍ଥାପନ କରିଥିଲେ। କନଭେନର ଭାବରେ ହେମନ୍ତ ପଧାନଙ୍କ ତତ୍ୱାଧାନରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସର୍ବସମ୍ମତି କ୍ରମେ ପୁର୍ବରୁ ଲଗାତାର ଭାବେ ସଭାପତି ରହିଥିବା ରବିନାରାୟଣ ପଣ୍ଡାଙ୍କୁ ପୁନର୍ବାର ପଞ୍ଚମ ଥର ସଭାପତି ଭାବରେ ମନୋନୀତ କରାଯାଇଥିବା ବେଳେ ଉପ ସଭାପତି ଭାବରେ ପ୍ରଭୁଚରଣ ମାହାନ୍ତି ଓ ବିଜୟ କୁମାର ସାହୁଙ୍କୁୁ ଚୟନ କରାଯାଇଥିଲା। ସେହିପରି ସାଧାରଣ ସଂପାଦକ ଯୁଧିଷ୍ଠିର ମହାପାତ୍ର ରହିଥିବା ବେଳେ ସଂପାଦକ ଭାବେ ରମଣୀରଞ୍ଜନ ବେହେରା ଓ ସଞ୍ଜିବ ପୁରୋହିତ ମନୋନୀତ ହୋଇଥିଲେ। କୋଷାଧ୍ୟକ୍ଷ ପଦରେ ହେମନ୍ତ ନାୟକ ଓ ଅଫିସ ସଂପାଦକ ଭାବେ ବଦ୍ରିପ୍ରସାଦ ସାହୁ ଏବଂ ଜିଲ୍ଲା ଆବାହକ ଭାବରେ ଜୟସିଂ ପ୍ରଧାନଙ୍କୁ ବଛା ଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ସହାୟତା ନିମନ୍ତେ କାର୍ଯ୍ୟକାରୀ କମିଟି ମେମ୍ବର ଭାବରେ ବରଗଡ଼ ବ୍ଲକରୁ ସରୋଜ କୁମାର ଷଢ଼ଙ୍ଗୀ,ଅତାବିରା କିର୍ତ୍ତନ ବିଶ୍ୱାଲ,ଭେଡ଼େନ ମକୁନ୍ଦ ଷଢ଼ଙ୍ଗୀ,ବରପାଲି ରାଜେନ୍ଦ୍ର ମେହେର,ବିଜେପୁର ସୁନିଲ ମିଶ୍ର,ଗାଇସିଲେଟ ଝସକେତନ ସାହୁ,ପଦ୍ମପୁର ପ୍ରିୟ ରଞ୍ଜନ ଭୋଇ,ପାଇକମାଲ ଧିରେନ ମହାନ୍ତୀ, ଝାରବନ୍ଦ ଟିକେଲାଲ ସିଦ୍ଧାର,ଭଟଲି ଅର୍ଜୁନ ସାହୁ,ଅମ୍ବାଭନା ରଞ୍ଜିତ ଦାଶ ଙ୍କୁ ଦାୟୀତ୍ୱ ଅର୍ପଣ କରାଯାଇଥିଲା। ଏହି ଅବସରରେ ଜିଲ୍ଲା ତଥା ବିଭିନ୍ନ ବ୍ଲକର ବିକାଶ ଦିଗରେ ଦେଖାଯାଉଥିବା ଅବହେଳା ଏବଂ ପ୍ରସାସନିକ ଅଣଦେଖା କାର୍ଯ୍ୟକଳାପ ଉପରେ ବିଶୃତ ଭାବରେ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ବରଗଡ଼ ଜିଲ୍ଲା ସଦର ମହକୁମାରେ ସଂଘ ଭବନ ସ୍ଥାପନ ଓ ସାମ୍ବାଦିକ ମାନଙ୍କ ପେନସନ ସହ ମାସିକ ଦରମା ଉପରେ ଦାନୀ ଉଠଇାଇବା ନିମନ୍ତେ ପ୍ରସ୍ତାବ ମାନ ଗୃହିତ ହୋଇଥିଲା। ଶେଷରରେ ନବନିର୍ବାଚିତ ସଭାପତି ରବି ପଣ୍ଡା ସମସ୍ତ ସଭ୍ୟ ସହ ନୂତନ ନିର୍ବାଚିତ ପଦାଧିକାରୀଙ୍କୁ ଅନୁଷ୍ଠାନରେ ଶୃଙ୍ଖଳିତ ଭାବରେ କାର୍ଯ୍ୟ ନିର୍ବାହ ନିମନ୍ତେ ପ୍ରେରଣା ଯୋଗଇବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.