୧୯୯୮-୨୦୦୦ ଶିକ୍ଷାବର୍ଷର ଗୁରୁଛାତ୍ର (ସିଟି ଟ୍ରେନିଂ ) ବ୍ୟାଚର ବନ୍ଧୁ ମିଳନ ଅନୁଷ୍ଠିତ 

0

ଭଞ୍ଜନଗର ( ନିଲୁ ବିଷୋୟୀ ) – ଭଞ୍ଜନଗର ସ୍ଥିତ ଶିକ୍ଷକ ତାଲିମ ବିଦ୍ୟାଳୟର ୧୯୯୮-୨୦୦୦ ଶିକ୍ଷା ବର୍ଷ ବ୍ୟାଚର ଗୁରୁଛାତ୍ର ( ବର୍ତ୍ତମାନର ଶିକ୍ଷକ)ମାନଙ୍କର ଏକ ବନ୍ଧୁ ମିଳନ କାଯ୍ୟକ୍ରମ ଭଞ୍ଜନଗରର ପ୍ରସିଦ୍ଧ ମା ସୋରାଦେବୀ ପୀଠରେ ଶୁକ୍ରବାର ଦିନ ତୃତୀୟ ଥର ପାଇଁ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ଅଶ୍ୱିନୀ କୁମାର ପଣ୍ଡା ଓ ଶୁଭେନ୍ଧୁ ଗୌଡ଼ ଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କାଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ଲଷ୍ମୀ ନାରାୟଣ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଂମାନିତ ଅତିଥି ଭାବେ ଅବସରପ୍ରାପ୍ତ ଲଷ୍ମଣ ସାହୁ ଯୋଗ ଦେଇଥିଲେ। ଏହି ଅବସରରେ କୋରନା ଯୋଦ୍ଧା ଭାବେ କାର୍ଯ୍ୟ ସମ୍ପାଦନ କରି ପରଲୋକଗତ ଶିକ୍ଷକ ବନ୍ଧୁ ସ୍ବର୍ଗତ ଡି.ରାମେଶ୍ୱର ଆଚାରିଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ୨ମିନିଟ ନିରବ ପ୍ରାର୍ଥନା କରାଯାଇ ତାଙ୍କ ଶ୍ରୁତି ଚାରଣ କରାଯାଇଥିଲା। ପରେ ଅତିଥି ମାନେ ବନ୍ଧୁ ମିଳନ କାଯ୍ୟକର୍ମର ଗୁରୁତ୍ୱ ଓ ଉତ୍ସ।ହ ଉପରେ ଆଲୋକପାତ କରିଥିଲେ। ବନ୍ଧୁ ମିଳନ ସହ ଏକ ବଣଭୋଜିର ଆୟୋଜନ କରାଯାଇଥିଲା। ଜିଲ୍ଲାର ବିଭିନ୍ନ ବ୍ଳକରେ କାଯ୍ୟରତ ଶିକ୍ଷକ ବନ୍ଧୁ ମାନେ ଏଥିରେ ସାମିଲ ହୋଇ ବନ୍ଧୁ ମାନଙ୍କ ଗ୍ରହଣରେ ପୁରୁଣା ଶ୍ରୁତିକୁ ମନେ ପକାଇ ମଜା ନେଇଥିଲେ। ପ୍ରତିବର୍ଷ ଡ଼ିସେମ୍ବର ମାସରେ ଏହି ବନ୍ଧୁ ମିଳନ କାଯ୍ୟକ୍ରମ କରାଯାଇ ସମସ୍ତ ବନ୍ଧୁ ମାନଙ୍କୁ ଯୋଗ ଦେବାକୁ ଉପସ୍ଥିତ ବନ୍ଧୁ ମାନେ ମତ ପ୍ରକାଶ କରିବା ସହ ଏହାକୁ ଦୃଢ଼ି କରଣ କରିଥିଲେ  । ଶିକ୍ଷକ ବନ୍ଧୁ ଜତୀରାଜ ବେହେରା,ପ୍ରଶାନ୍ତ କୁମାର ସେଠୀ, ବନମାଳୀ ହରିଜନ,N. ଶ୍ୟାମ ସୁନ୍ଦର ରାଓ,ପଦ୍ମଲୋଚନ ମିଶ୍ର, ଗୌରୀ ଶଙ୍କର ଜେନା,ଶିବ ପ୍ରସାଦ ବେହେରା,ସୁଶାନ୍ତ କୁମାର ଦିଗାଲ,ସୁଦର୍ଶନ ସେଠୀ, ପ୍ରଦୀପ ନାୟକ,ମହେଶ୍ବର ଚୌଧୁରୀ, ଜଗନ୍ନାଥ ଦାସ, ଜି . କୃଷ୍ଣ ପ୍ରଧାନ, ମୋହନ ବିଷୋୟୀ, ବିଭୁ ପ୍ରସାଦ ମହାପାତ୍ର ଓ ଅନ୍ୟାନ୍ୟ ଶିକ୍ଷକ ବନ୍ଧୁ ମାନେ ଏହି ଅବସରରେ ଉପସ୍ଥିତ ଥିଲେ

i:

Leave A Reply

Your email address will not be published.