ସୁନ୍ଦରଗଡ଼ର ଖୁଣ୍ଟଗାଁଠାରେ ହେବ ଅତ୍ୟାଧୁନିକ ଟସର ସିଲକ୍ ପାର୍କ

0

ଭୁବନେଶ୍ୱର(ଶାସକ ପ୍ରଶାସକ): ସୁନ୍ଦରଗଡ଼ ଜିଲ୍ଲା ଟସର ଚାଷ ପାଇଁ ସାରା ରାଜ୍ୟରେ ପ୍ରସିଦ୍ଧି ଲାଭ କରିଛିା ଟସର ଚାଷୀ ଓ ଗ୍ରାମୀଣ ଉଦ୍ୟୋଗୀଙ୍କ ବ୍ୟତୀତ ଏହା ଉପରେ ଅନେକ ହିତାଧିକାରୀ ନିର୍ଭର କରୁଥିବାରୁ ସରକାର ଟସର ଚାଷର ପ୍ରସାର

ପାଇଁ ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତିା ସୁନ୍ଦରଗଡ଼ର ବଣେଇ, କୋଇଡା, ଲହୁଣିପଡ଼ା, ବିଶ୍ରା, ବଡ଼ଗାଁ ବ୍ଲକରେ  ଟସର ଚାଷ କରାଯାଉଛିା ଜିଲ୍ଲାରେ ପ୍ରାୟ ୩ ହଜାର ଚାଷୀ ପରିବାର ଏହା ମାଧ୍ୟମରେ ଜୀବିକା ନିର୍ବହନ କରୁଛନ୍ତିା ଚାଷୀମାନଙ୍କୁ ଆର୍ଥିକ  ଓ ବୈଷୟିକ ସହାୟତା ଯୋଗାଇ ଦେବା ପାଇଁ ରେଶମ ନିର୍ଦ୍ଦେଶାଳୟ ଅଧୀନରେ ଏହି ଜିଲ୍ଲାରେ ୯ଟି ଚାଷୀ ସହ ଯୋଗ ସମିତି ରହିଛିା ଟସର ବନୀକରଣ  ଏବଂ ବିହନ ଯୋଗାଇଦେବାଠାରୁ ଆରମ୍ଭ କରି କୋଷା ଅମଳ ପର୍ଯ୍ୟନ୍ତ ଟସର ଚାଷୀମାନଙ୍କୁ ସହଯୋଗ ସମିତି ସହାୟତା ଓ ପ୍ରୋତ୍ସାହନ ପ୍ରଦାନ କରୁଛିା

ସୁନ୍ଦରଗଡ଼ ଜିଲ୍ଲାରେ ପ୍ରାୟତଃ ୬୦ ଲକ୍ଷରୁ ଅଧିକ ଟସର କୋଷା କ୍ରୟବିକ୍ରୟ ହେଉଥିବାବେଳେ ୨ କୋଟିରୁ ଅଧିକ ଟଙ୍କାର କାରବାର ହେଉଛିା ଟସର କୀଟ ପାଳନ ଅଶନ ଓ ଅର୍ଜୁନ ଗଛରେ କରାଯାଇଥାଏା ତେଣୁ ରେଶମ ନିର୍ଦ୍ଦେଶାଳୟ ପକ୍ଷରୁ ସମିତି ମାଧ୍ୟମରେ ଚାଷୀମାନଙ୍କ ପାଇଁ ନିର୍ଦ୍ଧାରିତ ଜଙ୍ଗଲରେ ଏହି ଗଛସବୁ ଯୋଗାଇ ଦିଆଯାଇଛିା ଜିଲ୍ଲାରେ ବାର୍ଷିକ ୪ ଲକ୍ଷ ଟସର ବିହନ (ଅଣ୍ଡା)ର ଆବଶ୍ୟକ ପଡ଼ୁଛିା ସେଥି ମଧ୍ୟରୁ ୨ ଲକ୍ଷ ନିଜ ଜିଲ୍ଲାରୁ ଏବଂ ଅବଶିଷ୍ଟ ଅନ୍ୟ ଜିଲ୍ଲାରୁ କ୍ରୟ କରାଯାଉଛିା ତେଣୁ ଜିଲ୍ଲାରେ ଟସର ଚାଷର ସାମୁହିକ ବିକାଶ ଲକ୍ଷରେ ଖୁଣ୍ଟଗାଁଠାରେ ଅତି ଶୀଘ୍ର ଏକ ଅତ୍ୟାଧୁନିକ ଟସର ସିଲକ୍ ପାର୍କ ପ୍ରତିଷ୍ଠିତ ହେବାକୁ ଯାଉଛିା ଏହି ଟସର ସିଲକ୍ ପାର୍କରେ ନର୍ସରୀ, ଗୋଦାମ ଘର, ତାଲିମ କେନ୍ଦ୍ର, ଉତ୍ପାଦନ କେନ୍ଦ୍ର, ପ୍ରଦର୍ଶନୀ, ବିକ୍ରୟ ବ୍ୟବସ୍ଥା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଉପଲବ୍ଧ କରାଇବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବା ଏହା ଦ୍ୱାରା ମୂଲ୍ୟଯୁକ୍ତ ଟସର ସାମଗ୍ରୀ ଉତ୍ପାଦନ ହେବା ସହିତ “ସଏଲ୍ ଟୁ ସିଲକ୍’ ପରିକଳ୍ପନା ବାସ୍ତବ ରୂପ ନେଇପାରିବ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଟସର ଚାଷ ଏବଂ ଚାଷୀମାନଙ୍କର ଆର୍ଥିକ ପ୍ରଗତିରେ ବିଶେଷ ସହାୟକ ହୋଇପାରିବ ବୋଲି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସୂତ୍ରରୁ ପ୍ରକାଶା

Leave A Reply

Your email address will not be published.