ଅସିତ ତ୍ରିପାଠୀ ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଓ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ
ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ହେବା ପାଇଁ ଆଶା କରିଥିବା ବରିଷ୍ଠ ରାଜନେତା ମାନେ ସାମୟିକ ନିରାଶ
ଭୁବନେଶ୍ୱର : ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଚଳିତ ମାସ 31 ତାରିଖରେ ଅବସର ନେଉଥିବା ମୁଖ୍ୟ ସଚିବ ଅସିତ ତ୍ରିପାଠୀଙ୍କ ସ୍ଥାନରେ ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ ଅଫିସର ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ।
ସେହିପରି ଅନ୍ୟତମ ବରିଷ୍ଠ ତଥା ଦକ୍ଷ ଆଇଏଏସ ଅଫିସର ବର୍ତ୍ତମାନର ଏସଆରସି ତଥା ଗ୍ରାମ୍ୟଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥିବା ପ୍ରଦୀପ କୁମାର ଜେନାଙ୍କୁ ରାଜ୍ୟର ପରବର୍ତ୍ତୀ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟଶାସନ ସଚିବ ଭାବେ ଅବସ୍ଥାପିତ କରିଛନ୍ତି ।
ସେହିପରି ବିଦାୟୀ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ସେ ଆଂଚଳିକ ବିକାଶ, ପର୍ଯ୍ୟଟନ, କୃଷି ବ୍ୟବସାୟ ଓ ଶିଳ୍ପ ବ୍ୟାପାରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶ ଦାତା ଭାବେ ନିଯୁକ୍ତି ଦିଆଯାଇଛି ।
ସୂଚନାଯୋଗ୍ୟ ଯେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ରାଜନେତା ମାନଙ୍କୁ ଥଇଥାନ କରାଯାଉଥିବା ବେଳେ ପୂର୍ବତନ ଅଧ୍ୟକ୍ଷ ସୁବାସ ଚୌହାନଙ୍କ ଦେହାନ୍ତ ପରେ ଏହି ପଦବୀରେ କାହାକୁ ବିଧିବଦ୍ଧ ଭାବେ ନିଯୁକ୍ତି ଦେଇନଥିଲେ | ଦଳର ପଶ୍ଚିମ ଓଡ଼ିଶାର ବହୁନେତା ଏହି ପଦ ପାଇଁ ଆଶାୟୀ ଥିଲେ | ହେଲେ କୌଣସି ନେତାଙ୍କ ବଦଳରେ ପଶ୍ଚିମ ଓଡ଼ିଶାର ଆଇଏଏସ ଅଫିସର ଶ୍ରୀ ତ୍ରିପାଠୀଙ୍କୁ ଏହି ପଦବୀରେ ଅବସ୍ଥାପିତ କରାଯିବ ପରେ କିଛି ନେତାଙ୍କୁ ସାମୟିକ ନିରାଶ ହେବାକୁ ପଡିଛି |
ଅସିତ ତ୍ରିପାଠୀ ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଓ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ