ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ପୌରାଞ୍ଚଳର ୧୩ ନମ୍ବର ୱାର୍ଡ଼ର ତେଲିପଡ଼ା ନିବାସୀ ଗୁଲାବ ନାୟକ ଆର୍ଥିକ ଅନଟନ ଯୋଗୁଁ ନିଜ ଘର ମରାମତି କରି ପାରିଲେ ନାହିଁ। ଶେଷରେ ତାଙ୍କର ଘର ଭାଙ୍ଗିଯାଇ ସେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଛନ୍ତି। ଏହା ପୂର୍ବରୁ ସେ ପକ୍କା ଘର ପାଇଁ ଆବେଦନ ମଧ୍ୟ କରିସାରିଥିଲେ। ମାତ୍ର ବର୍ଷେ ପରେ ମଧ୍ୟ ତାଙ୍କୁ ଘର ମିଳିପାରି ନାହିଁ। ସେହି ଭଙ୍ଗାରୁଜା ଘରେ ସେ ନିଜ ପରିବାର ସହ କରି, ବର୍ଷା,ଶୀତ ସବୁ ସହି ରହିବାକୁ ବାଧ୍ୟ ହେଉଛନ୍ତି। ଏହି ଖବର ଶୁଣି ସ୍ଥାନୀୟ ସମାଜସେବୀ ପିଣ୍ଟୁ ପାଢ଼ୀ, ତପସ୍ବୀ ଲାଲ ତିୱାରୀ, ଲିଙ୍ଗରାଜ ମହାପାତ୍ର ଗୁଲାବଙ୍କ ନିକଟକୁ ପହଞ୍ଚିଲେ। ସେଠାରେ ଏକ ନୂଆ ଆବେଦନପତ୍ର ତାଙ୍କ ପାଇଁ ପ୍ରସ୍ତୁତ କରି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟିଥିଲେ।କାର୍ଯ୍ୟନିର୍ବାହୀ ଅଧିକାରୀ ଖୁବ ଶୀଘ୍ର ଏହା ଉପରେ ପଦକ୍ଷେପ ନେବାକୁ ଆଶ୍ବସନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ କେବଳ ଗୁଲାବ ନାୟକ ନୁହେଁ, ଝାରସୁଗୁଡ଼ା ୱାର୍ଡ଼ ନମ୍ବର ୧୫,୧୬ ଓ ୧୭ ରେ ମଧ୍ୟ ଏହିପରି ଅନେକ ପରିବାର ବିନା ଘର, ବିନା ଶେଯରେ ରହୁଛନ୍ତି ବୋଲି ଶ୍ରୀ ତିୱାରୀ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.