ବଲାଙ୍ଗୀର(ନିରୋଜ ମିଶ୍ର) : ଆସନ୍ତା ଜାନୁଆରୀ ୧ ତାରିଖ ଦିନ ବଲାଙ୍ଗିର ସହରରେ ଅବସ୍ଥିତ ଐତିହ୍ୟ ସଂପନ୍ନ ପୀଠ ‘କୋଶଳ କଳା ମଣ୍ଡଳ’ର ପ୍ଲାଟିନମ୍ ଜୁବ୍ଲି ପାଳିତ ହେବ । ଏହି ଅବସରରେ ଏକଦା କୋଶଳ କଳା ମଣ୍ଡଳରୁ ପ୍ରକାଶ ପାଉଥିବା ଏବଂ ସାରା ଓଡ଼ିଶାରେ ସୁନାମ ଅର୍ଜନ କରିଥିବା ମାସିକ ସାହିତ୍ୟ ପତ୍ରିକା ‘ଚତୁରଙ୍ଗ’ର ପୁନଃ ପ୍ରକାଶନ ଆରମ୍ଭ ହେବ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥୀ ପ୍ରକାଶ କରିଛନ୍ତି । କୋଶଳ କଳା ମଣ୍ଡଳର ୭୫ ବର୍ଷ ପୂର୍ତ୍ତି ଅବସରରେ ପୁନଃ ଆରମ୍ଭ ହେବାକୁ ଥିବା ‘ଚତୁରଙ୍ଗ’ ପତ୍ରିକାର କଭର୍ ପେଜ୍ ଉନ୍ମୋଚନ ହେବ ଏବଂ ତା’ର ମୂଳଦୁଆ ପଡ଼ିବ । ସେହିଭଳି ଏହି ଅବସରରେ ୧ ତାରିଖ ଦିନ କୋଶଳ କଳା ମଣ୍ଡଳର ସମୃଦ୍ଧି ସକାଶେ ପ୍ରସ୍ତୁତ ହୋଇଥିବା ମାଷ୍ଟର୍ ପ୍ଲାନ୍ ପବ୍ଲିକ୍ ଓପିନିଅନ୍ ନିମନ୍ତେ ପ୍ରକାଶ ପାଇବ । ତେବେ କୋଭିଡ୍ କଟକଣା ଯୋଗୁଁ ମାତ୍ର ୨୦ ଜଣଙ୍କୁ ନେଇ ପ୍ଲାଟିନମ୍ ଜୁବ୍ଲି କୋଶଳ କଳା ମଣ୍ଡଳ ସ୍ଥିତ ଲାଇବ୍ରେରୀ ହଲ୍ରେ ୧ ତାରିଖ ଦିନ ଅପରାହ୍ନ ସମୟରେ ପାଳନ କରାଯିବ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, କୋଶଳ କଳା ମଣ୍ଡଳ ଅନେକ କବି, କଳାକାର, ସଂଗୀତଜ୍ଞ ତଥା ସାହିତ୍ୟିକଙ୍କୁ ଜନ୍ମ ଦେଇଛି । ଏହାର ଐତିହ୍ୟ ଖୁବ୍ ସମୃଦ୍ଧ ।
Sign in
Sign in
Recover your password.
A password will be e-mailed to you.
Next Post