ଜାଡରେ ଥରୁଛି ବୀରମହାରାଜପୁର,  ଘନ କୁହୁଡ଼ି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । 

0

ବୀରମହାରାଜପୁର -( ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ): ସମଗ୍ର ଦେଶରେ ଜାରୀ ରହିଥିବା ଶୀତ ଲହରୀ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଅନୁଭୂତ ହେଉଥିବା ବେଳେ ଗତ ୭ ଦିନ ହେଲା ଏହାର ମାତ୍ରା ଯଥେଷ୍ଟ ବୃଦ୍ଧି ପାଇଛି । ଶୀତ ଯୋଗୁଁ ମଣିଷ ଅପେକ୍ଷା ପ୍ରାଣୀ,  ପକ୍ଷୀଙ୍କ ଅବସ୍ଥା ସଙ୍ଗୀନ ହୋଇପଡିଛି । ଗରିବ ପରିବାର ଲୋକେ ଶୀତରୁ ରକ୍ଷା ପାଇଁ କାଠ, କୁଟା, ଜାଳି ନିଆଁରୁ ଗରମ ନେଉଥିବା ବେଳେ ସର୍ବସାଧାରଣ ସ୍ଥାନରେ ମଧ୍ୟ ନିଆଁ ଲଗାଇ ଉଷ୍ମତା ନେଉଥିବା ଦେଖିବାକୁ ମିଳିଛି । ଶୀତରୁ ରକ୍ଷା ପାଇଁ ମଣିଷ ନିଜ ପାଇଁ ନିଆଁ ଜାଳୁଥିବା ବାହାରେ ବୁଲୁ ଥିବା ଗାଇ, ଗୋରୁ ମଧ୍ୟ  ଉଷ୍ମତା ପାଇଁ ନିର୍ଭୟରେ ନିଆଁ ପାଖ ଛାଡୁନଥିବା ଦେଖିବାକୁ ମିଲୁଛି । ଶୀତ ଓ କୁହୁଡ଼ି ଯୋଗୁଁ ସକାଳ ୧୦  ସମୟ ପର୍ଯ୍ୟନ୍ତ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ତାପମାତ୍ରା ୭ ଡିଗ୍ରୀ ତଳେ ରହୁଥିବା ହେତୁ ବୟଷ୍କ ମାନଙ୍କ ନିମନ୍ତେ ଏହି ତାପମାତ୍ରା ବିପଦ ସୃଷ୍ଟି କରୁଛି ।ବୟଷ୍କ ବ୍ୟକ୍ତିମାନେ  ଶୀତ ଦାଉରୁ ରକ୍ଷା ପାଇବାକୁ ସରକାରଙ୍କ ପକ୍ଷରୁ  କମ୍ବଳ ବ୍ୟବସ୍ଥା କରାଯାଇ ନଥିବାବେଳେ କିଛି ସମାଜସେବୀ ନିଜସ୍ବ ଉଦ୍ୟମରେ କମ୍ବଳ ବଣ୍ଟନ କରୁଥିଲେ ହେଁ ବ୍ୟବସ୍ଥାକୁ ଶଙ୍ଖେ ସଦୃଶ । ସାମାଜିକ ସୁରକ୍ଷା ନାଁରେ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଥିଲେ ହେଁ ଶୀତରୁ ରକ୍ଷା ପାଇବା ନିମନ୍ତେ ଶୀତବସ୍ତ୍ର ଟିଏ ଗରିବଙ୍କୁ ଦେବା ପାଇଁ କୌଣସି ବ୍ୟବସ୍ଥା କରିନଥିବା ବେଶ୍ ଦୁର୍ଭାଗ୍ୟ ଜନକ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

ରାଜ୍ୟ ସରକାର କଲ୍ୟାଣକାରୀ ସର୍ବାଗ୍ରେ ବୋଲି ଡିଣ୍ଡିମ ପଟିବା ଏବଂ ବିଭିନ୍ନ ଯୋଜନା ନାଁରେ କୋଟି କୋଟି ଟଙ୍କା ବରବାଦ କରୁଛନ୍ତି ଯଦି ସେହି ଅର୍ଥରେ ରାଜ୍ୟର ୫୦ ଲକ୍ଷ ଗରିବ ଲୋକଙ୍କ ନିମନ୍ତେ ଗୋଟିଏ ଗୋଟିଏ କମ୍ବଳ ଦିଆଯାଇ ପାରନ୍ତା ବୋଲି ସାଧାରଣରେ ଅଭିଯୋଗ ହେଉଛି ।  ଏପରିକି ବିଭିନ୍ନ ବସଷ୍ଟାଣ୍ଡ, ବିଭିନ୍ନ ଛକ ମାନଙ୍କରେ ବହୁ ଗୃହ ଶୂନ୍ଯ ଲୋକ ଯାଯାବର ଭଲି ବୁଲୁଥିଲେ ହେଁ ରାଜ୍ୟ ସରକାର ପକ୍ଷରୁ କେବଳ  ସହରାଞ୍ଚଳରେ ସେଲଟର ହୋମ ବ୍ୟବସ୍ଥା ରହିଥିବାରୁ ବ୍ଲକ ଓ ପଞ୍ଚାୟତର ପ୍ରମୁଖ ସ୍ଥାନ ଗୁଡିକରେ ଏହି ଯାଯାବର ପରିବାର ସେଲଟର ହୋମ ଅଭାବରୁ ବେଶ ଦୟନୀୟ ଭାବରେ ଜୀବନ ବିତାଉଥିବା ଦେଖିବାକୁ ମିଳୁଛି । ଉତ୍ତର -ଉତ୍ତର ପଶ୍ଚିମାଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ଆସୁଥିବାରୁ ଏହାର ପ୍ରଭାବରେ ଓଡ଼ିଶାରେ ଶୀତ ଲହରୀ ଅନୁଭବ ହେଉଛି । ଆଗକୁ ଅଉ ଚାରିଦିନ ପର୍ଯ୍ୟନ୍ତ ଜାରି ରହିବ ଓ ରାତିରେ ତାପମାତ୍ରାରେ ଦେଖିବାକୁ ମିଲିବ ବଡଧରଣର ପରିବର୍ତ୍ତନ । ଆଜି ଅପରାହ୍ନରେ  ସୋନପୁର, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ ଜିଲ୍ଲାକୁ ୟେଲୋ ୱାଇଣ୍ଡିଂ ଜାରିକରିଥିବା ଭୂବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ସୂଚନା ଦେଇଛି ।

 

Leave A Reply

Your email address will not be published.